ଶ୍ରୀମନ୍ଦିର ଗର୍ଭଗୃହରେ ଅଘଟଣ : ପୂଜାପଣ୍ଡା ସାମନ୍ତ ପୂଜା ସାରି ଫେରିବା ବେଳେ ମାଟିପାତ୍ର ପଡି ଆହତ

32

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଗର୍ଭଗୃହରେ ପଡିଲା ରକ୍ତର ଛିଟା । ଆଉ ମହାପ୍ରଭୂଙ୍କର ହେଲା ମହାସ୍ନାନ । ଆଜି ଶ୍ରୀଜିଉଙ୍କ ପୂଜା ସରିବା ପରେ ଘଟିଥିଲା ଏଭଳି ଅଘଟଣ । ପୂଜା ସାରି ଫେରୁଥିବା ପୂଜାପଣ୍ଡା ସାମନ୍ତଙ୍କ ହାତରୁ ଖସି ପଡିଥିଲା ମାଟିପାତ୍ର । ଯେଉଁଥିରେ ଆହତ ହୋଇଥିଲେ ପୂଜାପଣ୍ଡା ସାମନ୍ତ ।

ଆଉ ଗର୍ଭଗୃହରେ ରକ୍ତ ପଡିବାରୁ ପୁଣି ଥରେ ମହାପ୍ରଭୂଙ୍କୁ ମହାସ୍ନାନ କରାଯାଇଥିଲା । ସ୍ନାନ କାର୍ଯ୍ୟ ସମାପନ ହୋଇ ସାରିଥିଲେ ମଧ୍ୟ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କୁ ପୁଣି ଥରେ ମହାସ୍ନାନ କରିବାକୁ ପଡିଛି ।