୫ ବର୍ଷ ପରେ ଯାଂଚ ହେବ ଶ୍ରୀମନ୍ଦିରର ନୀଳଚକ୍ର ! କାଲି ଆସିବେ ବିଶେଷଜ୍ଞ ଟିମ୍, ଆର୍ଥିଂ ଉପରେ ପ୍ରଶ୍ନ ଉଠାଇଲେ ସେବାୟତ

64

କନକ ବ୍ୟୁରୋ: ଯାଂଚ ହେବ ଶ୍ରୀମନ୍ଦିର ନୀଳଚକ୍ର । ଫେବୃଆରୀ ୨୧ରେ ଆସିବେ ବିଶେଷଜ୍ଞ ଟିମ୍ । ଏନେଇ ଭାରବନ୍ଧା କାମ ଚାଲିଥିବା ବେଳେ ନୀଳଚକ୍ର ଆର୍ଥିଂଙ୍କୁ ନେଇ ଉଠିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଅନେକ ସମୟରେ ବଜ୍ରପାତ ଯୋଗୁଁ ନୀଳଚକ୍ରରେ ଥିବା ପତିତପାବନ ପୋଡ଼ିଯାଉଛି । ତେଣୁ ଏହାର ସବିଶେଷ ଅନୁଧ୍ୟାନ ହେବା ଦରକାର । ପୁର୍ବରୁ ନୀଳଚକ୍ରରେ ଥିବା ଆର୍ଥିଂଗୁଡ଼ିକୁ ଏଏସଆଇ ପକ୍ଷରୁ କଢାଯାଇ ନୁତନ ଆର୍ଥିଂ ଲଗାଯାଇଛି ଆର୍ଥିଂ କାମ କରୁଛିକି ନାହିଁ ତହାର ପରିକ୍ଷା କରିବା ଦରକାର । ଏହାସହ ନୀଳଚକ୍ରରେ ତଳେ ଥିବା ଦଧିନଉତିକୁ ମଧ୍ୟ ଯାଂଚ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ, ଗତ ଶିବରାତ୍ରିକୁ ନେଇ ସମଗ୍ର ରାଜ୍ୟରେ ମୁଣ୍ଡ ଟେକିଥିଲା ଏକ ବଡ଼ ବିତର୍କ । ଏଇଥିପାଇଁ ହୋଇଥିଲା ଯେ ଗୋଟିଏ ଦୁଇଟି ପଞ୍ଜିକା ୧୩ ତାରିଖରେ ପାଳନ ସପକ୍ଷରେ ମତ ରଖିଥିବା ବେଳେ ଆଉ କିଛି ୧୪ ତାରିଖ କଥା ଉଲ୍ଲେଖ କରିଥିଲେ ।ଆସନ୍ତାବର୍ଷ କିନ୍ତୁ ଏଭଳି ସମସ୍ୟା ବହୁଗୁଣିତ ହୋଇପାରେ । କାରଣ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି, ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ଶ୍ରୀମନ୍ଦିର ପ୍ରଶାସନର ବିନା ସାର୍ଟିଫିକେଟରେ ଅନେକ ପଞ୍ଜିକା ପ୍ରକାଶ ପାଇବାକୁ ଯାଉଛି । କିଛି ପାଞ୍ଜି ମୁକ୍ତିମଣ୍ଡପ ପଣ୍ଡିତ ସଭା ଆଦିର ତିଥି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରୁନଥିବା ପରିପ୍ରେକ୍ଷୀରେ ସାର୍ଟିଫିକେଟ୍ ପାଇନାହାନ୍ତି, ହେଲେ ଛାପିଛନ୍ତି ଓ ବିକ୍ରି କରିବେ ।

ବ୍ୟବସ୍ଥା ଅନୁସାରେ, ପଞ୍ଜିକାରମାନେ ଗଣନା କରି ତାଙ୍କର ନକଲ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଆଦିକୁ ଦେଇଥାନ୍ତି । ଗଣନା ଠିକ୍ ଅଛି କି ନାହିଁ, ତାହାର ତର୍ଜମା କରି ଆବଶ୍ୟକ ସଂଶୋଧନ ସୁପାରିସ କରାଯାଇଥାଏ । ନୂଆ ପଞ୍ଜିକା ଗଣନା ଅନୁସାରେ ଶ୍ରୀମନ୍ଦିରରେ କେଉଁ ଦିନ କେଉଁ ନୀତି ପାଳନ କରାଯିବ, ତାହା ସ୍ଥିର କରାଯିବା ପରେ ସେ ସିଦ୍ଧାନ୍ତକୁ ପଞ୍ଜିକାରେ ସ୍ଥାନ ଦିଆଯାଇଥାଏ । ଏହାକୁ ଆଧାର କରି ସମଗ୍ର ରାଜ୍ୟରେ ଲୋକେ ବିଭିନ୍ନ ପର୍ବପର୍ବାଣି ପାଳନ କରିଥାନ୍ତି ।

ଏହି କ୍ରମରେ ମାସେ ତଳୁ ମେଳକ ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପ୍ରଶାସନକୁ ଚିଠା ପଞ୍ଜିକା ପଠାଇଥିଲେ । ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଏକ ବୈଠକ ଡାକିବା କଥା । ଯେଉଁଥିରେ ନୀତି ପ୍ରଶାସକ, ଦେଉଳକରଣ, ତଡଉକରଣ, ଦେଉଳ ପୁରୋହିତ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ପ୍ରତିନିଧି, ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି, ବିଭିନ୍ନ ପାଞ୍ଜି ଗଣନାକାର, ସତ୍ତ୍ୱାଧିକାର, ଧର୍ମଶାସ୍ତ୍ର ବିଭାଗର ପ୍ରଫେସରମାନଙ୍କୁ ଡକାଯାଇଥାଏ । ଏମାନେ ବସି ସବୁ ତିଥି ଓ ପର୍ବପର୍ବାଣି ଏବଂ ଶ୍ରୀମନ୍ଦିରରେ କେଉଁ ଦିନ କଣ ପାଳନ ହେବ, ତାହା ସ୍ଥିର କରିଥାନ୍ତି ।ହେଲେ ଶ୍ରୀମନ୍ଦିର ପ୍ରଶାସନ ଏତେ ବ୍ୟସ୍ତ ଯେ ଚଳିତବର୍ଷ ମେଳକ ବୈଠକ ଡକାଯାଇପାରିଲା ନାହିଁ । ଅପେକ୍ଷା କରି କରି ଶେଷରେ ଅଧିକାଂଶ ପ୍ରକାଶକ ସେମାନଙ୍କ ପାଞ୍ଜି ଛାପି ସାରିଲେଣି । କାରଣ, ପରମ୍ପରା ଅନୁସାରେ, ଆମ ରାଜ୍ୟର ଦୋଳବେଦୀମାନଙ୍କରେ ଦୋଳପୂର୍ଣ୍ଣିମୀ ଦିନ ନୂଆ ପଞ୍ଜିକା ପଠନ ବ୍ୟବସ୍ଥା ରହିଛି । ଆସନ୍ତା ୧ ତାରିଖ ଦିନ ଦୋଳପୂର୍ଣ୍ଣମୀ । ଏଣୁ ଏବେଠାରୁ ପଞ୍ଜିକା ବଜାରକୁ ନ ଗଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ।