ପୁଣି ତେଜିଲା ଅଧିକୃତ, ଅନଧିକୃତ ସେବାୟତ ବିବାଦ । ପୁରୀ ଏସପିଙ୍କୁ ଘେରିଲେ ଶ୍ରୀମନ୍ଦିର ସେବାୟତ

31

କନକ ବ୍ୟୁରୋ : ପୁଣି ତେଜିଲା ଅଧିକୃତ, ଅନଧିକୃତ ସେବାୟତ ବିବାଦ । ପୁରୀ ଏସପିଙ୍କୁ ଘେରିଲେ ଶ୍ରୀମନ୍ଦିର ସେବାୟତ । ଛତିଶା ନିଯୋଗ ବୈଠକରେ ଏସପି ସାର୍ଥକ ଷଡଙ୍ଗୀଙ୍କୁ ଘେରାଉ କରିଛନ୍ତି ସେବାୟତ । ରଥଯାତ୍ରାରେ ଶ୍ରୀଜୀଉଙ୍କୁ ଦର୍ଶନ ଓ ସ୍ପର୍ଶ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅଧିକୃତ ସେବାୟତଙ୍କୁ ସ୍ପର୍ଶ ଅନୁମତି ରହିଥିବା ସ୍ପଷ୍ଟ କରିଥିଲା ।

ହେଲେ ଏହି ଅନଧିକୃତ ବ୍ୟକ୍ତି ଠାକୁରଙ୍କୁ ଛୁଇଁବା ଉପରେ କଟକଣା ଜାରି କରିଥିଲା । ଏହାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ରହିଛି । ବିଶେଷ କରି ପହଣ୍ଡି ସମୟରେ ପରିବାର ସଦସ୍ୟ ଶ୍ରୀଜୀଉଙ୍କୁ ଛୁଇଁବା ଦାବିରେ ଅଡି ବସିଥିବା ସେବାୟତ ଏସପିଙ୍କ ଉପରେ ରାଗ ସାରିଛନ୍ତି । ଅଧିକୃତ ଓ ଅନଧିକୃତ ପ୍ରସଙ୍ଗ ଉଠାଇ ଏସପି ପୁରୀ ବିବାଦ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।