ପୁଲିସ୍ କବଜାରେ ସିରିଏଲ୍ କିଲର୍ ବୁଦ୍ଧଦେବ ବେହେରା ! ନିଶା ଦେଇ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ କରୁଥିଲା ହତ୍ୟା

47

କନକ ବ୍ୟୁରୋ : ଓଡିଶାରେ ଚାଂଚଲ୍ୟ । ପୋଲିସ ହାତରେ ଧରା ପଡିଛି ଜଣେ ସାଇକୋକିଲର । ତାର କାମ ହେଉଛି ଲଭ୍, ସେକ୍ସ ଓ ମର୍ଡର । ଗୋଟିଏ ନୁହେଁ ୪ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଛି ଅଭିଯୁକ୍ତ ଜଣକ । ଦେଓଗଡ କଣ୍ଡେଇଗୋଳା ଥାନା ଗିନହଜ୍ ଗାଁର ବୁଦ୍ଧଦେବ ବେହେରା ହେଉଛନ୍ତି ସେହି ମାନସିକ ବିକାରଗ୍ରସ୍ତ ଯୌନପିପାସୁ ସିରିଏଲ୍ କିଲର୍ । ଅଗଷ୍ଟ ୧ ତାରିଖରେ୍ ଡେଲାଙ୍ଗ ମଙ୍ଗୁପଡାରେ ଅନିତା ନାୟକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ବୁଦ୍ଧଦେବ । ତେବେ ପୁରୀ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ତାକୁ ଧରିବାକୁ ସଫଳ ହୋଇଛନ୍ତି । ତେବେ ଏଯାଏ ସେ ୫ଟି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡିଛି । ଏହି ଘଟଣାକୁ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରାଯିବ ବୋଲି ପୁରୀ ଏସପି କହିଛନ୍ତି ।