ନୀଳାଦ୍ରି ବିଜେ ବିଶୃଙ୍ଖଳାକାରୀଙ୍କ ସରିଲା ଡେଡଲାଇନ : ୱାରେଂଟ ଓ ସଂପତି ବାଜ୍ୟାପ୍ତି ପାଇଁ କୋର୍ଟରେ ଆବେଦନ କରିବ ପୁରୀ ପୋଲିସ

37

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀ ସେବାୟତଙ୍କ ପାଇଁ ମାଡିଆସୁଛି ସଂକଟ । ଆତ୍ମସମର୍ପଣ ପାଇଁ ପୋଲିସ ଦେଇଥିବା ଦୁଇ ଦିନିଆ ମହଲତ ଶେଷ ହୋଇଛି । ତେଣୁ ଆଗାମୀ ପଦକ୍ଷେପ ନେବ ପୁରୀ ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ୱାରେଂଟ ଜାରି କରିବାକୁ ଆଜି କୋର୍ଟରେ ଆବେଦନ କରିବ ପୋଲିସ । ସେହିପରି ଏମାନଙ୍କୁ ପଳାତକ ଘୋଷଣା କରିବା ସହ ସଂପତି ବାଜ୍ୟାପ୍ତ ପାଇଁ କରିବ ଆବେଦନ । ଏପଟେ ଗିରଫଦାରି ଏଡାଇବା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ବିଶୃଙ୍ଖଳାର ମୁଖ୍ୟ ଖଳନାୟକ ଦାମୋଦର ମହାସୁଆରଙ୍କ ସହ ଜୟକୃଷ୍ଣ ମହାସୁଆର ଓ ହରିନାରାୟଣ ଖୁଂଟିଆ ।