ଜଗନ୍ନାଥଙ୍କୁ ଛୁଇଁ ପାରିବେ ସେବାୟତ : ଦାବି ଆଗରେ ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ

31

କନକ ବ୍ୟୁରୋ : ସେବାୟତଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ । ଜଗନ୍ନାଥଙ୍କୁ ଛୁଇଁ ପାରିବେ ସେବାୟତ । ଶ୍ରୀଜୀଉଙ୍କୁ ଦର୍ଶନ ଓ ସ୍ପର୍ଶ ଉପରୁ ହଟିଲା କଟକଣା । ଶ୍ରୀଜଗନ୍ନାଥଙ୍କୁ ସ୍ନାନବେଦୀ ସହ ରଥ ଉପରେ ଦର୍ଶନ ଓ ସ୍ପର୍ଶ ଦାବିରେ ତୃତୀୟ ରଥଯାତ୍ରା ସମନ୍ୱୟ ବୈଠକକୁ ବର୍ଜନ କରିଥିଲେ ସେବାୟତମାନେ । ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବା ଦାବିରେ ଆଇନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ ।

ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଦୀର୍ଘ ସମୟ ଧରି ବସିଥିଲା ବୈଠକ । ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବୈଠକ ରାତି ୧୦ଟାରେ ଶେଷ ହୋଇଥିବାବେଳେ ଏହି ଫଳାଫଳ ବାହାରିଛି । ଶ୍ରୀମନ୍ଦିର ନୀତି ସହ ଜଡିତ ସମସ୍ତ ସେବାୟତ ପହଣ୍ଡି ସମୟରେ ଶ୍ରୀଜୀଉମାନଙ୍କୁ ସ୍ପର୍ଶ କରିପାରିବେ । ତେବେ ସେବାୟତ ପରିବାର ସଦସ୍ୟଙ୍କ ଦର୍ଶନ ଓ ସ୍ପର୍ଶ ଅଧିକାର ନେଇ ଆଗାମୀ ୧୩ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ଜଣାପଡିଛି ।

ଦେଖନ୍ତୁ ଏହି ଭିଡ଼ିଓ –