ଅଶାନ୍ତ ହୋଇପଡିଛି ପୁରୀ ସମୁଦ୍ର

90

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଅଶାନ୍ତ ହୋଇପଡିଛି ପୁରୀ ସମୁଦ୍ର । ୩ରୁ ୪ ଫୁଟ ଉଚ୍ଚର ଜୁଆର କୂଳରେ ମାଡ ହୋଇଛି । ଉଚ୍ଚ ଜୁଆର ଫଳରେ ରାସ୍ତା ନିକଟକୁ ମାଡି ଆସିଛି ପାଣି, ପର୍ଯ୍ୟଟକ ମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ପୁରୀ ସମୁଦ୍ର କୂଳ ଖାଇବା ଘଟଣାରେ ଆଜି ଆଇଆଇଟି ମାଡ୍ରାସର ୫ ଜଣିଆ ବିଶେଷଜ୍ଞ ଟିମ ଆସି ଯାଂଚ କରଛନ୍ତି । ବିଶେଷଜ୍ଞ ଟିମ ସହ ଜଳ ସଂପଦ ଅଧିକାରୀ ମଧ୍ୟ ଅଛନ୍ତି । ପୁରୀ ସମୁଦ୍ର ଓ ମଙ୍ଗଳାମୁହାଣକୁ ଯାଇ ଟିମ ସ୍ଥିତି ଅନୁଧ୍ୟାନ କରିଛି ।