ସହରମୁହାଁ ସମୁଦ୍ର, ପୁରୀରେ ଆତଙ୍କ : ଜୁଆର ଅଟକାଇବାକୁ ପ୍ରସ୍ତୁତ ହେଲା ସରକାରୀ ରଣନୀତି

22

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ସମୁଦ୍ରର ଅଶାନ୍ତ ରୂପକୁ ନେଇ ପୁରୀରେ ଆତଙ୍କ । ଉଚ୍ଚ ଜୁଆର କୂଳ ଲଂଘିବା ପରେ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ବେଳାଭୂମିରେ ପ୍ରଶାସନ ଜାରି କରିଛି ହାଇ ଆଲର୍ଟ । ସ୍ୱର୍ଗଦ୍ୱାର ଠାରୁ ଜୁଆରର ବ୍ୟବଧାନ ମାତ୍ର ୫ ମିଟର ରହୁଛି । ଯଦି ଜୁଆର ଏମିତି ମାଡି ଆସେ ତେବେ ସମୁଦ୍ର ଗର୍ଭକୁ ସ୍ୱର୍ଗଦ୍ୱାର ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଜୁଆରକୁ ରୋକିବାକୁ ପ୍ରଶାସନ ଯୋଜନା କରୁଛି । ଜିଲ୍ଲାପାଳ ଓ ବିଧାୟକ ସମୁଦ୍ରକୂଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସେପଟେ ବିରୋଧୀ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ।