କୂଳ ଖାଉଛି ସମୁଦ୍ର । ବାଲି ଅତଡା ଧସି ସାଗରରେ ଲୀନ ହେବାକୁ ବସିଛି ପୁରୀ ବେଳାଭୂମି, ଭୟ ଓ ଆଶଙ୍କାରେ ସମୁଦ୍ର କୂଳିଆ ବାସିନ୍ଦା ଓ ବ୍ୟବସାୟୀ

93

କନକ ବ୍ୟୁରୋ : କୂଳ ଖାଉଛି ସମୁଦ୍ର । ବାଲି ଅତଡା ଧସି ସାଗରରେ ଲିନ ହେବାକୁ ବସିଛି ପୁରୀ ବେଳାଭୂମି । ବଡ ବଡ ଲହଡି ଆସି କୂଳରେ ମାଡ ହେଉଛି । ଗତକାଲି ରାତିରେ ସମୁଦ୍ର ଏପରି କରାଳ ରୂପ ଧାରଣ କରିଥିଲା । ବଡ ବଡ ଲହଡି ଆସି ବେଳାଭୂମିରେ ପସରା ମେଲିଥିବା ବହୁ ଉଠା ଦୋକାନୀଙ୍କ ବ୍ୟବସାୟ ସାମଗ୍ରୀକୁ ଧୋଇ ନେଇଛି । ଏପରିକି ବେଳାଭୂମି ରାସ୍ତାକୁ ଛୁଇଁଛି ସମୁଦ୍ର ଲହଡି । ଏହା ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ବିପଦ ସୃ୍ଷ୍ଟି କରିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରର ଏହି ପ୍ରକୋପ ଲାଗି ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ପୁରୀରେ ପ୍ରଥମଥରି କରି ଏପରି ହୋଇ ନାହିଁ ।

 

ପୂର୍ବରୁ ମଧ୍ୟ ପୁରୀ ବେଳାଭୂମିରେ ଏପରି ଦେଖିବାକୁ ମିଳିଥିଲା । ସେତେବେଳ ସମୟରେ ପ୍ରଶାସନ ପକ୍ଷରୁ କିଛି ପ୍ଲେଟ ମାଧ୍ୟମରେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ଅନେକ ସମୟରେ ଏପରି ଭାବରେ ଓଡିଶା ଉପକୂଳରେ ସମୁଦ୍ର କୂଳ ଲଘୁଂଛି ତେଣୁ ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି । ମୋଟ ଉପରେ ଓଡିଶାରେ ଦୀର୍ଘ ୪୮୦ କିଲୋମିଟର ସମୁଦ୍ର କୂଳ ରହିଛି ରହିଛି । ଏହାପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ ଅନେକ ଥର ସମୁଦ୍ର ପାଣି ନିକଟ ଗ୍ରାମରେ ପଶିଛି ଫସଲ ନଷ୍ଟ କରିଛି ତେଣୁ ବର୍ତ୍ତମାନ ସମୟରେ ପୁରୀରେ ସମୁଦ୍ରର ଏପରି କରାଳ ରୂପ ସାଧାରଣ ଲୋକମାନଙ୍କୁ ଚିନ୍ତାରେ ପକାଇଛି ।