ପୁଣି ଅଶାନ୍ତ ପୁରୀ ସମୁଦ୍ର : ୪ ଫୁଟ ଉଚ୍ଚର ଜୁଆର କୂଳରେ ମାଡ

75

ପୁରୀ : ପୁଣି ଅଶାନ୍ତ ହୋଇପଡିଛି ପୁରୀ ସମୁଦ୍ର। ୪ ଫୁଟ ଉଚ୍ଚର ଜୁଆର କୂଳରେ ମାଡ ହୋଇଛି। ଉଚ୍ଚ ଜୁଆର ଫଳରେ ରାସ୍ତା ନିକଟକୁ ମାଡି ଆସିଛି ପାଣି। ଦିଗବାରେଣୀ ଖୁଂଟ ନିକଟରେ ସମୁଦ୍ର କୂଳ ଲଂଗିଛି। ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଛନ୍ତି। ପୁରୀ ସମୁଦ୍ର କୂଳ ଖାଇବା ଘଟଣାରେ ଆଜି ଆଇଆଇଟି ମାଡ୍ରାସର ୫ ଜଣିଆ ବିଶେଷଜ୍ଞ ଟିମ ଆସି ଯାଂଚ କରିଛନ୍ତି। ପୁରୀ ସମୁଦ୍ର ଓ ମଂଗଳାମୁହାଣକୁ ଯାଇ ଟିମ୍ ସ୍ଥିତି ଅନୁଧ୍ୟାନ କରିଛି।