ଶ୍ରୀମନ୍ଦିରରେ ବିକ୍ରି ହୋଇପାରିବନି ସର ରାବିଡ଼ି ! ବାହାରୁ ଆଣି ରାବିଡ଼ି ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

58

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବିକ୍ରି ହୋଇପାରିବନି ସର ରାବିଡ଼ି । ବାହାରୁ ସର ରାବିଡ଼ି ଆଣି ବିକ୍ରି କରାଯାଉଥିବାରୁ ପୂର୍ବରୁ ଏହା ଉପରେ କଟକଣା ଲଗାଇଥିଲେ ପ୍ରଶାସନ । ତେବେ ଏହାକୁ ଖିଲାପ କରି ବେଧଡ଼କ ଭାବେ ଆନନ୍ଦବଜାରରେ ସର ରାବିଡ଼ି ବିକ୍ରୀ ହେଉଛି । ଏଭଳି ଅଭିଯୋଗ ଆସିଥିବାରୁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୀତି ପ୍ରଶାସକ । ଏହା ମହାପ୍ରଭୁଙ୍କ ପ୍ରସାଦ ହୋଇନଥିବାରୁ ଏହାକୁ ଆନନ୍ଦବଜାରରେ ବିକ୍ରି ଉପରେ କଟକଣା ଲଗାଇଛି ପ୍ରଶାସନ । ଏହାର ତଦାରଖ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ତେବେ ଯଦି ପୁଣି କେହି ଆନନ୍ଦବଜାରରେ ଏହାକୁ ବିକ୍ରି କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସେବାୟତ ପ୍ରଶାସନ ସ୍ୱାଗତ କରିଥିବା ବେଳେ ଏଯାଏଁ କାହିଁକି ପଦକ୍ଷେପ ନିଆଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସେବାୟତ ।