ପଦ୍ମାବତୀ ବିବାଦରେ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ, କହିଲେ, ବିକୃତ କରାଯାଇଛି ଭାରତର ସଂସ୍କୃତି, କ୍ଷମା ପ୍ରାର୍ଥନା କରନ୍ତୁ ଚଳଚ୍ଚିତ୍ର ନିର୍ମାତା

189

କନକ ବ୍ୟୁରୋ : ବଲିଉଡ୍ ଫିଲ୍ମ ପଦ୍ମାବତୀକୁ ନେଇ ବିବାଦ ଥମିବାର ନାଁ ନେଉନି । ଦେଶବ୍ୟାପୀ ବ୍ୟାପକ ବିବାଦ ମଧ୍ୟରେ ଆଜି ଫିଲ୍ମକୁ ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି, ଏଭଳି ଫିଲ୍ମ ନିର୍ମାଣ କରି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବିକୃତ କରାଯାଉଛି । ରାଣୀ ପଦ୍ମୀନିଙ୍କ ଚରିତ୍ରକୁ ବିକୃତ କରି ଏଭଳି ଫିଲ୍ମ ନିର୍ମାଣ କରିଥିବା ନିର୍ମାତା-ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଏଥିପାଇଁ କ୍ଷମା ମାଗିବା ଉଚିତ । ଏଥିସହ ସମସ୍ତେ ନତମସ୍ତକ ହୋଇ ପଶ୍ଚାତାପ ଏବଂ ପ୍ରାୟଶ୍ଚିତ କରିବା ଉଚିତ । ଭାରତୀୟ ସଂସ୍କୃତିକୁ ବିକୃତ କରାଯିବା ପଛରେ ବିଦେଶୀ ଷଡଯନ୍ତ୍ର ରହିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ।

india-protest-rajput-karni_3985d90a-c7cf-11e7-94e0-d13ec9d58666ଫିଲ୍ମ ପଦ୍ମାବତୀରେ ଆଲ୍ଲାଉଦ୍ଦିନ ଖିଲିଜ ଏବଂ ରାଣୀ ପଦ୍ମିନୀଙ୍କ କାହାଣୀ ରହିଛି । ସୁଟିଂ ସମୟରୁ ହିଁ ବିବାଦରେ ରହିଛି ଏହି ଫିଲ୍ମ । ଫିଲ୍ମରେ ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ କରି ରାଜପୁତ୍ ଏବଂ କରଣୀ ସେନା ପ୍ରବଳ ହଙ୍ଗାମା କରିଛନ୍ତି । ଏହି ଚଳଚିତ୍ରରେ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ପଦ୍ମାବତୀ ମଧ୍ୟରେ ଏକ ରୋମାଂଟିକ୍ ସିନକୁ ନେଇ ବିବାଦ ଉପୁଜିଛି । ରାଜପୁତ ସଂଗଠନ କହୁଛନ୍ତି, ଏହି ଚଳଚିତ୍ରରେ ରାଣୀ ପଦ୍ମାବତୀଙ୍କ ସହ ଆକ୍ରମଣକାରୀ ଆଲାଉଦ୍ଦିନ ଖିଲଜିର ଏକ ଉଦ୍ଭଟ ସିନ୍ ରହିଛି । ଯେଉଁଥିରେ ପଦ୍ମାବତୀଙ୍କ ସହ ଆଲାଉଦ୍ଦିନ ଖିଲିଜ ସ୍ୱପ୍ନରେ ରୋମାନ୍ସ କରୁଛନ୍ତି । ଚିତୋରର ରାଣୀ ପଦ୍ମାବତୀଙ୍କୁ ରାଜପୁତମାନେ ଦେବୀ ଭଳି ମାନୁଥିବା ବେଳେ ସଂଜୟ ଲୀଳା ବଂଶାଲୀଙ୍କ ଏଭଳି କାଳ୍ପନିକ ଚିତ୍ରନାଟ୍ୟକୁ ବରଦାସ୍ତ କରିପାରୁନାହାନ୍ତି ରାଜପୁତ ସଂପ୍ରଦାୟ । ଐତିହାସିକମାନେ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।

ଐତିହାସିକମାନେ ମତ ଦେଇଛନ୍ତି ଯେ ଲୋକଙ୍କ ଭାବାବେଗ ବିରୋଧରେ କାଳ୍ପନିକ କାହାଣୀ ପ୍ରସ୍ତୁତ କରିବା ଉଚିତ ନୁହେଁ । ଏହାରି ଭିତରେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ ଫିଲ୍ମର କାହାଣୀ ନେଇ ମୁହଁ ଖୋଲିଛନ୍ତି । ତଥାପି ବିବାଦ ଲାଗି ରହିଛି । ଏହି ଚଳଚିତ୍ର ଡିସେମ୍ବର ୧ରେ ରିଲିଜ ହେବା ସମ୍ଭାବନା ରହିଛି ।ଆଉ ଏହାରି ଭିତରେ ଆଜି ଫିଲ୍ମକୁ ନେଇ ଆପତି ଉଠାଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।