ଅଫେରା ବାଟରେ ଚାଲିଗଲା ମିନାକ୍ଷୀ : କାନ୍ଥ ପଡି ମୃତ୍ୟୁ ପରେ ପରିବାରରେ ଶୋକାକୁଳ ପରିବେଶ

39

vlcsnap-2016-09-09-20h49m02s515କନକ ବ୍ୟୁରୋ : ସ୍କୁଲକୁ ଯାଇ ଆଉ ଫେରିନି ମିନାକ୍ଷୀ । ଚାଲିଯାଇଛି ଅଫେରା ବାଟରେ । ଭଙ୍ଗା କାନ୍ଥତଳେ ଚାପିହୋଇ ଯାଇଛି ଜୀବନ । ବହି ଥାକରେ ସେମିତି ସଜଡା ହୋଇ ରହିଛି ବହି, ଖାତା । ଦଉଡିରେ ଝୁଲି ରହିଛି ବି ପିନ୍ଧା ପୋଷାକ । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକ । ଅକାଳରେ ଆଖି ବୁଜିଛି ସତ୍ୟବାଦୀ ଜୟପୁର ଗାଁର ରାମକୃଷ୍ଣ ଶତପଥୀଙ୍କ ଝିଅ । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି କୁନି ଝିଅଟିର ଆହୁରି ଅନେକ ବାକିଥିଲା ଜୀବନ । ପୂର୍ବରୁ ପୁଅକୁ ହରାଇଥିବା ରାମକୃଷ୍ଣଙ୍କ ପରିବାର ଝିଅର ମୃତ୍ୟୁରେ ଭାଙ୍ଗିପଡିଛନ୍ତି ।

vlcsnap-2016-09-09-20h49m45s404ପୁରୁଣା ଆଲବମରୁ ଝିଅର ଫଟୋକାଢି ବାରମ୍ବାର ଦେଖୁଛନ୍ତି ବାପା । ଆଉ କହୁଛନ୍ତି ଝିଅର ସ୍ୱପ୍ନ ଅଧୁରା ରହିଗଲା । ବାପାଙ୍କ ପରି ଶିକ୍ଷକତା କରିବାକୁ ଚାହୁଁଥିଲା ମିନାକ୍ଷୀ ।

ଏହି ସମ୍ବେଦନଶୀଳ ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି ଆଜି ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି ପୁରୀ ଜିଲ୍ଲାପାଳ ଏବଂ ଖାଦ୍ୟ ଯୋଗାଣମନ୍ତ୍ରୀ ସଂଜୟ ଦାସବର୍ମା ।

vlcsnap-2016-09-09-20h50m26s717ବାସୁକେରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସାଇକେଲ ଷ୍ଟାଣ୍ଡରୁ ସାଇକେଲ ବାହାର କଲାବେଳେ ହଠାତ ଭୁଶୁଡି ପଡିଥିଲା ଷ୍ଟାଣ୍ଡକୁ ଲାଗିରହିଥିବା ଏକ ୧୫ ଫୁଟର ଦୁର୍ବଳ ଇଟାକାନ୍ଥ । ଏଥିରେ ଅନ୍ୟ ୨୩ ଜଣ ଛାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ କଟକ ବଡ ମେଡିକାଲରେ ରଖି ଚିକିତ୍ସା କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –