ସ୍ୱର୍ଗଦ୍ୱାରରେ ଜଗନ୍ନାଥଙ୍କ ଜମି ଅକ୍ତିଆର ପ୍ରସଙ୍ଗ ! ରାସ୍ତାକୁ ଓହ୍ଲାଇଲେ ପୁରୀ ସଚେତନ ନାଗରିକ ମଂଚ

28

କନକ ବ୍ୟୁରୋ : ଜଗନ୍ନାଥଙ୍କ ଜମିକୁ କବଜା କରିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି । ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ ପରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ବର୍ଷବର୍ଷ ଧରି ବେଆଇନ ଭାବେ ଦଖଲରେ ରଖି ବଢାଇ ଚାଲିଛନ୍ତି ବ୍ୟବସାୟ । ୫୩୫ ଡେସିମିଲ ସ୍ୱର୍ଗଦ୍ୱାର ଜମିର ମାଲିକାନା ରହିଛି ଅନ୍ୟମାନଙ୍କ ନାଁରେ ।ଯାହାକୁ ଚିହ୍ନଟ କରି ଖୁବଶୀଘ୍ର ନୋଟିସ କରିବ ପ୍ରଶାସନ । ସ୍ୱର୍ଗଦ୍ୱାର ସଂପ୍ରସାରଣ ଓ ଜମି ଜବରଦଖଲ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ପୁରୀ ସଚେତନ ନାଗରିକ ମଂଚ ।