ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ! ସ୍ୱର୍ଗଦ୍ୱାର ମୁକ୍ତ ଦାବିରେ ବିକ୍ଷୋଭକାରୀଙ୍କ କଳାପତାକା ପ୍ରଦର୍ଶନ

22

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କାରାଯାଉଛି । ସ୍ୱର୍ଗଦ୍ୱାର ନିକଟରେ ବିରୋଧ ପ୍ରଦର୍ଶନ କରୁଛି ସଚେତନ ନାଗରିକ ମଂଚ । ସ୍ୱର୍ଗଦ୍ୱାର ମୁକ୍ତ ଦାବିରେ ବିକ୍ଷୋଭକାରୀ କଳାପତାକା ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ଗୋଡରେ ନିଆଁ ଲାଗି ଯାଇଛି । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଂଜଳି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି ।