ସାଇବର କ୍ରାଇମ୍ ଅପରାଧରେ ପ୍ରଥମ ଦଣ୍ଡାଦେଶ ! ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ଦଣ୍ଡାଦେଶ କଲେ ପୁରୀ ଏସଡିଜେଏମ କୋର୍ଟ

28

କନକ ବ୍ୟୁରୋ : ସାଇବର କ୍ରାଇମ୍ ଅପରାଧରେ ପ୍ରଥମ ଦଣ୍ଡାଦେଶ । ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ଦଣ୍ଡାଦେଶ କଲେ ପୁରୀ ଏସଡିଜେଏମ କୋର୍ଟ । ସାଇବର ପର୍ଣ୍ଣୋଗ୍ରାଫି ଅପରାଧରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୬ବର୍ଷ ଜେଲ ଓ ୮ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ତାଙ୍କ ବିରୋଧରେ ଆଇପିସିର ୪ଟି ଓ ଆଇଟି ଆକ୍ଟର ୪ଟି ଦଫାରେ ଦଣ୍ଡାଦେଶ ହୋଇଛି ।

ଜଣେ ସାମ୍ବାଦିକଙ୍କ ଇ-ମେଲ ଆଇଡିକୁ ପର୍ଣ୍ଣ ୱେବସାଇଟରେ ଦେଇ ତାଙ୍କ ପତ୍ନୀଙ୍କ ମୋବାଇଲ ନମ୍ବର ଦେଇ ଦେଇଥିଲେ ଜୟନ୍ତ ଦାସ । ୨୦୧୨ରେ ଏନେଇ ପୁରୀ ବାସେଳି ସାହି ଥାନାରେ ଅଭିଯୋଗ କରିଥିଲେ ସଂପୃକ୍ତ ସାମ୍ବାଦିକ । ପରବର୍ତୀ ସମୟରେ କ୍ରାଇମବ୍ରାଂଚ ମାମଲାର ଛାନଭିନ କରିଥିଲା । ଦୀର୍ଘଦିନ ପରେ ଜୟନ୍ତଙ୍କୁ ଦଣ୍ଡାଦେଶ ହୋଇଥିବାରୁ କୋର୍ଟଙ୍କ ଏହା ଐତିହାସିକ ରାୟ ବୋଲି କହିଛନ୍ତି ଅଭିଯୋଗକାରୀ ।