ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର? ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ସ୍ତରରେ ବିଚାର ବିମର୍ଷ

ପରିଚାଳନା କମିଟି ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ନିଷ୍ପତି; ସେବାୟତ କହିଲେ, ଶୀଘ୍ର ଖୋଲାଯାଉ

320

କନକ ବ୍ୟୁରୋ: ଖୋଲିବ କି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ? ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପରେ ପ୍ରଶାସନିକ ସ୍ତରରେ ଏକପ୍ରକାର ବିଚାରବିମର୍ଶ ଆରମ୍ଭ ହେବାକୁ ଯାଉଛି । ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଉଚ୍ଚତମ ନ୍ୟାୟଳୟ ମହାପ୍ରଭୁଙ୍କ ଅସ୍ଥାବର ମୂଲ୍ୟବାନ ସମ୍ପତିର ତାଲିକା, ଏହାର ମୂଲ୍ୟ ଓ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି । ଏଭଳି ଆଦେଶ ଆସିବା ପରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଭାସ ମିଳିଛି ।

 

ratna bhnadar

ବରିଷ୍ଠ ସେବାୟତ ଖୁବଶୀଘ୍ର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଦାବି ଉଠାଇଛନ୍ତି । ନୀତି ପ୍ରଶାସକ କହିଛନ୍ତି, ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଏ ନେଇ ନିଷ୍ପତ୍ତି ନିଆଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ଏକପ୍ରକାର ଚାପରେ ଅଛି । ଶ୍ରୀମନ୍ଦିର ଆଇନ କହୁଛି, ପ୍ରତି ତିନିବର୍ଷରେ ଶ୍ରୀମନ୍ଦିର ନୂତନ ପରିଚାଳନା କମିଟି ଗଠନ ହେବ । ନୂତନ ପରିଚାଳନା କମିଟି ଦାୟିତ୍ୱ ହେବା ବେଳେ ଭିତର ରତ୍ନଭଣ୍ଡାରର ଅଲଙ୍କାର ତାଲିକା କରି ଦାୟିତ୍ୱ ନେବ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ପାଳନ କରାଯାଉନଥିବା ଅଭିଯୋଗ ହୋଇଛି ।