ପୁରୀରେ ଜମି ଜବରଦଖଲ କରିଛନ୍ତି ରାମରହିମ୍ : ଆଶ୍ରମ ମାପଚୁପ ବେଳେ ଜଣାପଡ଼ିଲା ସତ

40

କନକ ବ୍ୟୁରୋ : ପୁରୀରେ ସରକାରୀ ଜମିକୁ ମାଡି ବସିଛନ୍ତି ଡେରା ମୁଖ୍ୟ ରାମରହିମ । ମାପଚୁପ ପରେ ପଦାକୁ ଆସିଲା ସତ । ଆଶ୍ରମ ନାଁରେ ୪ଏକର ଜମି ରହିଥିବାବେଳେ ୭ଏକର ଜାଗାରେ ଆଶ୍ରମ ନିର୍ମାଣ କରିଥିବା ଜଣାପଡିଛି । ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲକୁ ଗଲା ପରେ ଆଜି ପୁରୀ ପ୍ରଶାସନ ପକ୍ଷରୁ ବେଲେଶ୍ୱରପାଟଣାରେ ଥିବା ରାମରହିମଙ୍କ ଆଶ୍ରମ ଜମିର ମାପଚୁପ କରାଯାଇଛି ।

ପୁରୀ ତହସିଲଦାରଙ୍କ ନେତୃତ୍ୱରେ ଏକ ୫ଜଣିଆ ଦଳ ଯାଇ ଜମିର ମାପଚୁପ କରିଛନ୍ତି । ଜମି ମାପଚୁପ ପରେ ତହସିଲଦାର ଆଶ୍ରମ ଜମିର ସ୍ଥିତାବସ୍ଥାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିବେ । ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଏହି ମାପଚୁପ କରାଯାଇଛି । ଅନ୍ୟପଟେ ଜମିର ମାଲିକ ଜମି ସେମାନଙ୍କୁ ଫେରାଇ ଦିଆଯାଉ ବୋଲି ଦାବି କରିଛନ୍ତି ।