ପୁରୀ : ଏସସିଏସ କଲେଜ ଓ କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ନିର୍ବାଚନୀ ହିଂସା

72

କନକ ବ୍ୟୁରୋ : ପୁରୀ ଏସସିଏସ କଲେଜ ଓ କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ମଧ୍ୟ ନିର୍ବାଚନୀ ହିଂସା ଦେଖାଦେଇଛି । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ପ୍ରାର୍ଥିପତ୍ର ତାଲିକା ପ୍ରକାଶ ପରେ ନାକଚ ହୋଇଥିବା ଯୋଗୁଁ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । କଲେଜ ପରିସରରେ ପୋଡାଜଳା କରିଛନ୍ତି ଉତ୍ୟକ୍ତ ଛାତ୍ର । ସେହିପରି କାକଟପୁର ମଙ୍ଗଳା ମହିବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । କଲେଜରେ ବୋମାମାଡ, ଭଙ୍ଗାରୁଜା ଓ ପୋଡାଜଳା କରାଯାଇଛି ।

puriଏପରିକି ପୁଲିସକୁ ମଧ୍ୟ ଅଟକ ରଖିଥିଲେ ଉତ୍ୟକ୍ତ ଛାତ୍ର । ଛାତ୍ର ଅଶାନ୍ତି ଯୋଗୁଁ କଲେଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ବେଳେ କଲେଜର ନିର୍ବାଚନ ବାତିଲ କରାଯିବା ସହ ସାଇନ ଏ ଡଏ ଘୋଷଣା କରାଯାଇଛି । ନବରଙ୍ଗପୁର ଉମରକୋଟ ପେଣ୍ଡ୍ରାଣି ମହାବିଦ୍ୟାଳୟରେ ନିର୍ବାଚନ ଅନିୟମିତତା ନେଇ ତାତି ଉଠିଥିଲେ ଛାତ୍ର । କଲେଜ ଭିତରେ ଅଧ୍ୟାପକଙ୍କୁ ତାଲା ପକାଇ ଦେଇଥିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ । କେବଳ ଏତିକିରେ ଛାତ୍ରଛାତ୍ରୀଙ୍କ ରୋଷ କମିନଥିଲା ପିଲାଏ ରାସ୍ତାରୋକ ମଧ୍ୟ କରିଥିଲେ ।