ଦୁର୍ଦ୍ଦାନ୍ତ ଅପରାଧୀ ପାରାର ମୃତ୍ୟୁ ପରେ ଆକ୍ସନମୋଡରେ ପୁରୀ ପୋଲିସ । ଗୁଣ୍ଡିଚା ମନ୍ଦିର ନିକଟରୁ କାବୁ ହେଲେ ୩ ଅପରାଧୀ

ପାରା ଗୁଳିକାଣ୍ଡରେ ସାମିଲ ସନ୍ଦେହ

309

କନକ ବ୍ୟୁରୋ: ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ପାରାର ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ । ଆଜି ଗୁଣ୍ଡିଚା ମନ୍ଦିର ନିକଟରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କରିଛି ପୋଲିସ । ଏହି ଅପରାଧୀମାନେ ପାରା ମୃତ୍ୟୁରେ ସାମିଲ ଥିବା ସନ୍ଦେହ କରାଯାଉଛି । ଏକ ବଡ ଧରଣ ଅପରାଧିକ ଷଡଯନ୍ତ୍ର କରୁଥିବାବେଳେ ପୋଲିସ ସେମାନଙ୍କୁ ଧରିଛି । ଧରାପଡିଥିବା ଅପରାଧୀଙ୍କ ନିକଟରୁ ନିକଟରୁ ବନ୍ଧୁକ, ଖଣ୍ଡା ଓ ବାଇକ ଜବତ ହୋଇଛି । ଗତକାଲି ଗୁଳିମାଡରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ପାରା ପ୍ରାଣ ହରଇଥିଲା ।

ଉଲ୍ଲେଖ ଥାଉ କି, ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ନିକଟରେ ଗତକାଲି ସକାଳେ ସଞ୍ଜୟ ବେହେରା ଓରଫ ପାରା ( ୨୭ ବର୍ଷ) ନାମକ ଜଣେ ଯୁବକଙ୍କ ଉପରକୁ କେତେକ ଅଜ୍ଞାତ ଯୁବକ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ସଞ୍ଜୟ ପଡ଼ିଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ତୁରନ୍ତ ସଞ୍ଜୟଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିକ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।