ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ : ସେବାୟତଙ୍କ ସହ ମୁଖ୍ୟ ପ୍ରଶାସକ ଉପସ୍ଥିତ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚାଲିଛି ଆଲୋଚନ

26

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଗଜପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଓ ଏସପି ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରାୟ ଉପରେ ପରିଚାଳନା ବୈଠକରେ ଆଲୋଚନା ଚାଲିଛି । ସେବାୟତଙ୍କ ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ପ୍ରସଙ୍ଗ. ସତ୍ୱଲିପି ଉପରେ ଆଲୋଚନା ଚାଲିଛି । ଗତ ଛତିଶା ନିଯୋଗ ବୈଠକରେ ଯେଉଁ ବିଷୟ ଉପରେ ଆଲୋଚନା କରାଯାଇଥିଲା ତାର ସମୀକ୍ଷା କରାଯିବ ଏବଂ ମହାପ୍ରଭୁଙ୍କ ଗତ ରଥଯାତ୍ରାର ସମୀକ୍ଷା ମଧ୍ୟ ବୈଠକରେ କରାଯିବ । ଆଜିର ବୈଠକ ଗୁରୁତ୍ୱପୂର୍ଣ୍ଣ ରହିଛି । ଅଗଷ୍ଟ ମାସ ଶୁଦ୍ଧା ଆମିକସ କ୍ୟୁରି ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୈଠକରେ ମନ୍ଦିରର ସଂସ୍କାର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ । ମନ୍ଦିର ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରସ୍ତାବ ଆସିବାପରେ ଲଗାତାର ଭାବରେ ସେବାୟତମାନେ ଗଜପତି, ଶଙ୍କରାଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି ।