ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି ! ଗୁପ୍ତନୀତି ପାଇଁ ଅପରାହ୍ନ ୩ଟାରୁ ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ, ଶ୍ରୀଅଙ୍ଗ ସେବା କରିବେ ଦଇତାପତି

66

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ପଇତା ଲାଗି । ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୂଙ୍କର ପଇତା ଲାଗି ନୀତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ହେବନାହିଁ । ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଶ୍ରୀଅଙ୍ଗ ସେବାକୁ ଦଇତାପତି ସେବକମାନେ ସମ୍ପନ୍ନ କରିବେ । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ଗର୍ଭଗୃହରେ ପ୍ରବେଶ କରିବା ପରେ ରତ୍ନ ସିଂହାସନରେ ଚଢି ମହାପ୍ରଭୂମାନଙ୍କର ପଇତା ଲାଗି କରିବେ । ବାସୁଙ୍ଗା ପାଟରେ ନିର୍ମିତ ପଇତା ଲାଗି ହେବା ପରେ ପୁଣି ଥରେ ନୀତି ଆରମ୍ଭ ହେବ । ବର୍ଷରେ ୩ରୁ ୪ ଥର ହୋଇଥାଏ ପଇତା ଲାଗି ସେବା ।