ସିନ୍ଦୁର ପୋଛିଲି ସୁପାରୀ ଦେଇ ! ପୁରୀ ହୋଟେଲ୍ ମାଲିକ ଚନ୍ଦନ ମର୍ଡର ମାମଲାରେ ଫିଟିଲା ଗୁମର

35

କନକ ବ୍ୟୁରୋ : ହୋଟେଲ ମାଲିକ ଚନ୍ଦନ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ପୁଲିସ କହିଛି ଚନ୍ଦନ ବେହେରାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପତ୍ନୀ ନିବେଦିତା ବେହେରା ସୁପାରୀ ଦେଇଥିଲେ । ଆଉ ଛୁରୀ ଓ ଖଣ୍ଡାରେ ହାଣି ସୁପାରୀ କିଲର୍ ମାନେ ନିବେଦିତାଙ୍କୁ ଦେଇଥିଲେ ସ୍ୱାମୀ ହତ୍ୟାର ଉପହାର ।

ଜାନୁଆରୀ ୮ ତାରିଖ ଦିନ ନିଜ ହୋଟେଲ ସାଇ କୁଟୀରକୁ ଆସୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଘେରି ଯାଇଥିଲେ ଚନ୍ଦନଙ୍କୁ । ଅତି ନୃଶଂସ ଭାବେ ଆକ୍ରମଣ କରି ହାତ, ଗୋଡ ଓ ମୁଣ୍ଡ ସବୁ ଅଲଗା ଅଲଗା କରିଦେଇଥିଲେ ।

କୁହାଯାଉଛି ମୃତ ଚନ୍ଦନ ବେହେରାଙ୍କ ପତ୍ନୀ ନିବେଦିତାର ସ୍ୱାମୀଙ୍କ ଜଣେ ବନ୍ଧୁ ଲିଟୁଆଙ୍କ ସହ ସଂପର୍କ ଗଢିଉଠିଥିଲା । ଆଉ ସ୍ୱାମୀଙ୍କ ସହ ଅର୍ଥ ସଂପର୍କିତ କାରଣରୁ ତିକ୍ତତା ବଢି ଚାଲିଥିଲା । ଆଉ ଶେଷରେ ସ୍ତ୍ରୀ ନିଷ୍ପତି ନେଇଥିଲେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ । ତେବେ ପୁଲିସ ନିବେଦିତାଙ୍କ ବିରୋଧରେ ପ୍ରମାଣ ପାଇଥିବା କହିଛି । ଏଥିସହ ସୁପାରୀ ନେଇ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିଛି ।