ପୁରୀରୁ ଆସିଲା ସାଂଘାତିକ ଅଭିଯୋଗ ! ଠାକୁର ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ନାବାଳିକାକୁ ପୁଲିସ୍ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ 

136

କନକ ବ୍ୟୁରୋ : ପୁଲିସ୍-ସେବାୟତ ବିବାଦକୁ ୨ ଦିନ ବି ଯାଇନି, ପୁରୀ ଶ୍ରୀମନ୍ଦିରରୁ ଆସିଛି ଅସଦାଚରଣ ଅଭିଯୋଗ । ଜଗନ୍ନାଥ ଦର୍ଶନ ପାଇଁ ଯାଜପୁର ଜିଲ୍ଲାର ଏକ ୧୫ ବର୍ଷିୟ ନାବାଳିକାଙ୍କୁ ପୁଲିସ୍ ଅସଦାଚାରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଶ୍ରୀମନ୍ଦିର ବାହାରକାଠ ନିକଟରେ ପୁଲିସ କର୍ମଚାରୀ ନାବାଳିକାକୁ ଅସଦାଚରଣ କରିଥିଲେ ।

NewsNation

ଏହା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସିଂହଦ୍ୱାର ଥାନାରେ ପରିବାର ଲୋକ ସହ ଏନେଇ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି । ସଂପୃକ୍ତ କନେଷ୍ଟବଳଙ୍କୁ ଚିହ୍ନଟ କରାଯାଇଛି । ତାଙ୍କୁ ପୁରୀ ସିଂହଦ୍ୱାର ପୁଲିସ ଅଟକ ରଖିଛି । ସେପଟେ ଘଟଣା ସଂପର୍କରେ ଏସପି କହିଛନ୍ତି-ସିସିଟିଭି କ୍ୟାମେରା ଯାଂଚ କରାଯାଇ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।