ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ତୃତୀୟ ସମନ୍ୱୟ କମିଟି ବୈଠକ ! ରଥ କାମ କେତେ ଆଗେଇଲା ସେନେଇ ହେବ ତର୍ଜମା

29

କନକ ବ୍ୟୁରୋ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ତୃତୀୟ ସମନ୍ୱୟ କମିଟି ବୈଠକ । ୧୧ଟା୩୦ ମିନିଟରେ ଏହି ବୈଠକ ବସିବ । ଆଇନମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜସ୍ୱମନ୍ତ୍ରୀ ମହଶ୍ୱେର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ଜଳସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଶକ୍ତି ଓ ଶ୍ରମ ମନ୍ତ୍ରୀ, ଆଇନ ବିଭାଗର ଶାସନ ସଚିବ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ପୋଲିସ ଡିଜି ଉପସ୍ଥିତ ରହିବେ । ଏଥିସହିତ ବିଭିନ୍ନ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ରହିବେ । ରଥଯାତ୍ରା କାମ କେତେ ବାଟ ଆଗେଇଛି ସେନେଇ ଆଲୋଚନା ହେବ । ସ୍ୱାସ୍ଥ୍୍ୟ, ପରିବେଶ ଓ ଗମନାଗମନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତା । ରଥଯାତ୍ରାରେ ସ୍ନାନପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ଦଇତାମାନେ ବହନ କରିଥାନ୍ତି । ଆଜି ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦଇତାମାନେ ମହାପ୍ରଭୁଙ୍କ ସେବାରେ ପ୍ରମୁଖ ଭୂମିକା ତୁଲାଇବେ । ଶ୍ରୀମନ୍ଦିରଦଇତା ପ୍ରବେଶ ପରେ ଆଜି ଶ୍ରୀଜୀଉଙ୍କ ବଡ଼ ସିଂହାର ଭୋଗ, ପହୁଡ଼ ଆଳତି ପରେ ଚତୁର୍ଦ୍ଧାମୂର୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଂକିି କରାଯିବ ବୋଲି ଜଣାପଡ଼ିଛି । ପରେ ସେବକମାନେ ମହାପ୍ରଭୁଙ୍କ ବାହୁଟ କଂଟ ନୀତି ସମ୍ପାଦନ କରିବେ । ଶ୍ରୀମନ୍ଦିର ସେବକମାନେ ପ୍ରସ୍ତୁତ ଥିବା ନିଯୋଗ ପକ୍ଷରୁ କୁହାଯାଇଛି । ଶ୍ରୀଜୀଉଂକ ଶ୍ରୀ ଅଙ୍ଗ ରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ରଥଯାତ୍ରା, ବାଡୁଡ଼ାଯାତ୍ରା, ସୁନାବେଶ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେବା କରିବେ ।