ରୋଗୀ ମୃତ୍ୟୁକୁ ନେଇ ଉତେଜନା : ପୁରୀ ଡାକ୍ତରଖାନାରେ ସଂପର୍କୀୟଙ୍କ ଲଙ୍କାକାଣ୍ଡ

42

ପୁରୀ : ପୁରୀ ମେଡିକାଲରେ ଉତେଜନା। ରୋଗୀମୃତ୍ୟୁକୁ ନେଇ ବ୍ୟାାପକ ଭଂଗାରୁଜା ହୋଇଛି। ଉତ୍ୟକ୍ତ ଲୋକେ ମେଡିକାଲର ଚେୟାର, କାଚ, ଝରକା ଓ ଆସବାବପତ୍ର ଭାଂଗିଦେଇଛନ୍ତି। ପୁରୀ ସଦର ଥାନା ବାଟ ଗାଁର ନବକିଶୋର ଜେନାଙ୍କ ମୃତ୍ୟୁକୁ ନେଇ ଆଜି ହସପିଟାଲରେ ଉତେଜନା ଦେଖାଦେଇଥିଲା।

୨୫ ବର୍ଷିୟ ନବକିଶୋରଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ହଠାତ୍ ତାତି ଉଠିଥିଲେ। ପରେ ମେଡିକାଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାଡ ମାରିଛନ୍ତିି। ଏହାପରେ କିଛି ସମୟଧରି ମେଡିକାଲରେ ଉତେଜନା ଲାଗିରହିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମେଡିକାଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ରୋଗୀ ମୃତ୍ୟୁକୁ ନେଇ ସମ୍ପର୍କୀୟଙ୍କ ଭଂଗାରୁଜା କେତେ ଯୁକ୍ତିଯୁକ୍ତ। ପୂର୍ବରୁ ରୋଗୀ ମୃତ୍ୟୁକୁ ନେଇ ପୁରୀ ମେଡିକାଲରେ ଭଂଗାରୁଜା କରିଥିଲେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସମହାପାତ୍ର। ଖାଲି ଭଂଗାରୁଜା କରିନଥିଲେ ଡାକ୍ତରଙ୍କୁ ମାଡ ମଧ୍ୟ ମାରିଥିଲେ। ପରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ। ଏବେ ପୁଣି ହସପିଟାଲରେ ଡାକ୍ତରଙ୍କ ଉପରେ ଦାଦାଗିରି ଦେଖାଇଛନ୍ତି ମୃତକଙ୍କ ସମ୍ପର୍କୀୟ।