ସାରା ରାଜ୍ୟରେ ବର୍ଷାର ତାଣ୍ଡବ ଜାରି : ଲଗାଣ ବର୍ଷା ଯୋଗୁଁ ସୂର୍ଯ୍ୟ ମନ୍ଦିରରେ ପଶିଲା ପାଣି, ପୁରୀ ମାର୍କେଣ୍ଡୟ ପୋଖରୀର ଭୁଷୁଡିଲା ବିରାଟକାୟ ପାଚେରୀ

36

କନକ ବ୍ୟୁରୋ : ପୁରୀରେ ଲଗାଣ ବର୍ଷା ଯୋଗୁଁ ମାର୍କଣ୍ଡ ପୁଷ୍କରିଣୀର ପାଚେରୀ ଭାଙ୍ଗି ଯାଇଛି । ୧୦୦ଫୁଟର ଏହି ପାଚେରୀ ଭାଙ୍ଗି ଗଳିପଡିଛି । ଫଳରେ ଏକନମ୍ବର ୱାର୍ଡ ଉପରେ ବିପଦ ରହିଥିବା ଖବର ମିଳିଛି । ପୁରୀର ପଂଚତୀର୍ଥ ମଧ୍ୟରୁ ଏହି ପୁସ୍କରିଣୀ ଅନ୍ୟତମ । ଏହି ଘଟଣା ପରେ ପୁରୀ ଗୋଶାଳାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଚେରୀ ଭୁଶୁଡିବା ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଂଚିପାରିନାହାନ୍ତିା ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୧୨ ଘଂଟା ଯାଏଁ ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ ସ୍ଥାନେ ସ୍ଥାନେ ଘଡଘଡି ସହ ବର୍ଷା ଲାଗି ରହିବ । ବର୍ତମାନ ସକ୍ରିୟ ଥିବା ଲଘୁଚାପ ଛତିଶଗଡ ମୁହାଁ ହେଲାଣି । ଏହାକ ପ୍ରଭାବରେ ଆସନ୍ତ ୧୨ ଘଂଟା ଯାଏ ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ସୋନପୁର ରାୟଗଡା, କନ୍ଧମାଳ, ସମ୍ବଲପୁର ଓ ବୌଦ୍ଧରେ ଆଜି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିରରେ ପଶିଛି ପାଣି । କଳାହାଣ୍ଡିରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି ।