ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁନା ମୁକୁଟ

53

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁନା ମୁକୁଟ । ମାର୍ଗଶୀର ମାସ ଗୁରୁବାରରେ ଆଜି ଅନ୍ନଦାତ୍ରୀଙ୍କୁ ସୁନା ମୁକୁଟରେ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ମାଣବସା ଗୁରୁବାରେ ମାଆଙ୍କ କମନୀୟ ରୂପର ଦର୍ଶନ କରିବା ସହ ଭକ୍ତ, ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ଲୋଡିଛନ୍ତି ।

ମା ଲକ୍ଷ୍ମୀଙ୍କ କିରିଟକୁ ନେଇ ବହୁ ବାଦ ବିବାଦ ମଧ୍ୟରେ ମନ୍ଦିର ପ୍ରଶାସନ ମହାଲକ୍ଷ୍ମୀଙ୍କ ମନ୍ଦିର ପରିଚାଳନାକୁ ନିଜ ହାତକୁ ନେଇଛି । ଏହାପରେ ଭଣ୍ଡାର ଘରକୁ ଯାଇ ଲକ୍ଷ୍ମୀଙ୍କ ସୁନା, ଅଳଙ୍କାରର ଅନୁଧ୍ୟାନ କରିଛି ।