ପୁରୀରେ ଦିନ ଦ୍ୱିପହରେ ଲୁଟେରା ଆତଙ୍କ

27

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ଦିନ ଦ୍ୱିପହରେ ଲୁଟେରା ଆତଙ୍କ । ଲୁଟେରାଙ୍କ ଗୁଳିମାଡରେ ମନୋରଂଜନ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ରେଣୁବେଳା ବେହେରା ଗୁରୁତର ହୋଇପଡିଛନ୍ତି । ଭୁବନେଶ୍ୱର ସୁନ୍ଦରପଦା ହାଇଟେକରେ ରହୁଥିବା ବେହେରା ଦମ୍ପତି ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ବାହାରିଥିଲେ । ପଟନାୟକିଆ ଛକରେ ବାଇକରେ ଯାଉଥିବା ମନୋରଂଜନ ବେହେରା ଓ ତାଙ୍କ ସ୍ତ୍ରୀଙ୍କୁ  ହଠାତ ଆକ୍ରମଣ କରିଥିଲେ ଦୁର୍ବୃତ । ପଲସରରେ ଆସିଥିବା ଦୁଇ ଦୁର୍ବୃତ ରେଣୁବେଳାଙ୍କ ବେକରୁ ଚେନ ଛଡାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଲୁଟେରାଙ୍କ ସହ ଉଭୟ ଦମ୍ପତିଙ୍କର ବେଶ କିଛି ସମୟଧରି ଧସ୍ତାଧସ୍ତି ହୋଇଥିଲା । ଏହାପରେ ଲୁଟେରାମାନେ ରେଣୁବାଳାଙ୍କୁ ଧକା ଦେଇ ତଳେ ପକାଇଦେବା ପରେ ଗୁଳିମାଡ କରିଥିଲେ । ତେବେ ରେଣୁବାଳଙ୍କ ଦେହରେ ଗୋଟିଏ ଗୁଳି ବାଜିଥିବା ବେଳେ ମନୋରଂଜନ ଛାତିରେ ଗୋଟିଏ ଗୁଳି ବାଜିଥିଲା । ଏଥିରେ ଘଟଣା ସ୍ଥଳରେ ମନୋରଂଜନ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତି କରାଯାଇଛି ।