ରହସ୍ୟ ଘେରରେ ପୁରୀ ଗୁଳିମାଡ଼

23

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର- ପୁରୀ ରାସ୍ତାରେ ପଟ୍ଟନାଇକିଆ ଛକରେ ଘଟିଥିବା ଲୁଟ ଓ ଗୁଳିମାଡ ଘଟଣା ଭିନ୍ନ ମୋଡ ନେଉଛି । ଗତକାଲି ମଟର ସାଇକେଲରେ ପୁରୀ ଯାଉଥିବା ବେଳେ ଦୁର୍ବୃତଙ୍କ ଗୁଳିରେ ମନୋରଂଜନ ବେହେରାଙ୍କର ମୃତ୍ୟୁ ଘଟିଥିବା ବେଳେ ରେଣୁବାଳା ବେହେରା ଗୁରୁତର ଆହତ ହୋଇଥିଲେ । ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି ବୋଲି ରେଣୁବାଳାଙ୍କୁ ଜେରା କରିବା ପରେ ପୁଲିସ ସ୍ପଷ୍ଟ କରିଛି । ଏହା ଲୁଟ ପାଇଁ ଗୁଳିମାଡ କି ଏହା ପଛରେ ଅନ୍ୟ କାରଣ ରହିଛି, ଏ ନେଇ ତଦନ୍ତ କରୁଛି ପୋଲିସ । ସେପଟେ ମୃ୍ତ ମନୋରଂଜନଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ତେବେ ମୃତଦେହକୁ ନେବା ପାଇଁ ଏଯାଏଁ ପହଁଚିନାହାନ୍ତି ପରିବାର ଲୋକେ,ଏହା ଘଟଣାକୁ ଆହୁରି ସଂଦେହ ଘେରକୁ ଟାଣି ନେଉଛି ।