ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲଜ୍ ମାଲିକଙ୍କୁ ହତ୍ୟା

33

କନକ ବ୍ୟୁରୋ : ପୁରୀ ସମୁଦ୍ର ଉପକୂଳ ଅଂଚଳରେ ଥିବା ସାଇ କୁଟୀର ଲଜ୍ ମାଲିକଙ୍କୁ ହତ୍ୟା । ଲଜ୍ ମାଲିକ ଚନ୍ଦନ ବେହେରାଙ୍କୁ ପୂର୍ବ ଶତ୍ରୁତାରୁ ଏହି ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ସମୁଦ୍ରକୂଳ ଥାନା ଓ କଚେରୀ ମଧ୍ୟବର୍ତୀ ଅଂଚଳରେ ତାଙ୍କର ହତ୍ୟାକାଣ୍ଡ ଘଟିଛି । ପୁରୀ ସହରରେ ବାରମ୍ବାର ହତ୍ୟାକାଣ୍ଡ ଘଟୁଥିବା ନେଇ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।