ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ପୁରୀର ଲିପିକା ପରିଡା ! ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ

83

କନକ ବ୍ୟୁରୋ : ଭଲ ଜୀବନ ସାଥିଟିଏ ପାଇଁ ଝିଅଟିଏ ସ୍ୱପ୍ନ ଦେଖାଥାଏ । ହେଲେ ଜଣେ ଦିବ୍ୟାଙ୍ଗଙ୍କୁ ଜୀବନସାଥୀ ଭାବେ ବାଛି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ପୁରୀର ଲିପିକା ପରିଡା । ନିଜେ ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢାଉଥିବା ବେଳେ ଦୃଷ୍ଟିହୀନ ଜୟନ୍ତ ମଲ୍ଲିକଙ୍କୁ ବିବାହ କରିଛନ୍ତି ଲିପିକା । ବୈଦିକ ରିତୀନିତୀରେ ସମ୍ପନ୍ନ ହୋଇଛି ବିବ।ହ କାର୍ଯ୍ୟ । ଜଣେ ଦିବ୍ୟାଙ୍ଗ ଦଷ୍ଟିହୀନ ଯୁବକଙ୍କ ହାତ ଧରିଛନ୍ତି ଜଣେ ସାଧାରଣ ଯୁବତୀଙ୍କର । ଖୋର୍ଦ୍ଧା ଭୁଷଣ୍ଡପୁରର ବାସିନ୍ଦା ଦୃଷ୍ଟିହୀନ ଜୟନ୍ତ ମଲ୍ଲିକଙ୍କୁ ବିବାହ କରିଛନ୍ତି ପୁରୀ ଜିଲ୍ଲା ବାଲିପୁଟ ପଂଚାୟତ ଚୂନଡିହା ଗାଁର ଲିପିକା ପରିଡା ।

 

 

 

 

 

 

 

ଜୟନ୍ତ ମୟୂରଭଂଜ କପ୍ତିପଦା ସେଣ୍ଟର ପ୍ରାଇମେରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଲିପିକା ଚନ୍ଦନପୁରସ୍ଥିତ ନୃସିଂହଦେବ ଅ।ଚଂଳିକ ଯୁବ ପରିଷଦରେ ଗୋଷ୍ଠୀଭିତ୍ତିକ ଥଇଥାନ ପ୍ରକଳ୍ପରେ ଭିନ୍ନକ୍ଷମ ପିଲାଙ୍କୁ ପାଠ ପଢାଇବା ସହ ଥେରାପି ଶିଖାନ୍ତି । ଜୟନ୍ତଙ୍କ ବିବାହ ପ୍ରସ୍ତାବ ଲିପିକାଙ୍କ ପରିବାରକୁ ଜୟନ୍ତଙ୍କର କିଛି ସାଙ୍ଗ ନେଇଥିବା ବେଳେ ଦିବ୍ୟାଙ୍ଗ ଯୁବକଙ୍କ ସହ ଝିଅର ବିବାହ ପାଇଁ ନାରାଜ ଥିଲେ ପରିବାର ଲୋକେ । ପରେ ଲିପିକା ବିବାହ ପ୍ରସ୍ତାବରେ ରାଜି ହୋଇ ବିବାହ ପାଇଁ ସମ୍ମତି ଜଣାଇବା ପରେ ପିପିଲି ଦାଣ୍ଡମକୁନ୍ଦପୁରସ୍ଥିତ ଗୋପାଳଜିଉ ମନ୍ଦିରରେ ଉଭୟଙ୍କର ବିବାହ ସଂପନ୍ନ ହୋଇଛି । ବିବାହକୁ ନେଇ ନବ ଦମ୍ପତି ବେଶ ଖୁସି ଅଛନ୍ତି ।

ଜଣେ ଦିବ୍ୟାଙ୍ଗ ଦୁଷ୍ଟିହୀନ ଯୁବକଙ୍କୁ ବିବାହ କରି ଲିପିକା ସମାଜରେ ସମାଜରେ ଦିବ୍ୟାଙ୍ଗଙ୍କ ପ୍ରତି ଦୂରତା କମାଇବା ସହ ଏକ ଉଦାହରଣ ସୃଷ୍ଟି କରିଛନ୍ତି କହିଛନ୍ତି । ଏଭଳି କାର୍ଯ୍ୟ ଦ୍ଵାରା ସମାଜରେ ଦିବ୍ୟାଙ୍ଗମାନେ ସ୍ଵାଭିମାନ ସହିତ ଜିବନଯାପନ କରିପାରବେ ବୋଲି କହିଛନ୍ତି ସମାଜସେବୀ । ଦିବ୍ୟାଙ୍ଗମାନେ ବି କୈାଣସି କ୍ଷେତ୍ରରେ କମ୍ ନୁହଁନ୍ତି । ଲିପିକା ଓ ଜୟନ୍ତଙ୍କ ବିବାହ ନିଶ୍ଚିତ ରୂପେ ସମାଜ ପାଇଁ ପ୍ରେରଣା ଯୋଗାଇବ ।