ପୁରୀ ଖଜାକୁ ଶିଳ୍ପ ମାନ୍ୟତା : ଏଣିକି ବିକାଶ ପାଇଁ ଦିଆଯିବ ବୈଷୟିକ ପରାମର୍ଶ

28

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ଖଜା ତିଆରିକୁ ମିଳିଲା ଶିଳ୍ପ ମାନ୍ୟତା । ଶିଳ୍ପ ବିଭାଗ ଆନୁ୍ଷ୍ଠାନିକ ଭାବେ ଏହି ମାନ୍ୟତା ପ୍ରଦାନ କରିଛି । ଅନ୍ୟ ଶିଳ୍ପ ଭଳି ଏହି ଶିଳ୍ପର ବିକାଶ ପାଇଁ ଏଣିକି ବୈଷୟିକ ପରାମର୍ଶ ଦିଆଯିବ । ଜିଓଗ୍ରାଫିକାଲ୍ ଇଣ୍ଡିକେସନ ମୁତାବକ ଖଜା ତିଆରି ପ୍ରଣାଳୀକୁ ପଂଜୀକରଣ କରାଯିବ । ଅନ୍ୟ କେଉଁ ଅଂଚଳରେ ଏହାର ନକଲ କରିବା ଉଦ୍ୟମକୁ ପ୍ରତିହତ କରାଯିବ ।

ପୁରୀ ଖଜାର ସୁରକ୍ଷା ପାଇଁ ପେଟେଂଟ୍ ଦାବି କରାଯିବ । ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଖଜାର ସ୍ୱତନ୍ତ୍ର ଚାହିଦା ଓ ମାନ୍ୟତା ରହିଛି । ଏହି ଖଜା ତିଆରି ଉପରେ ହଜାର ହଜାର ପରିବାର ନିର୍ଭର କରୁଛନ୍ତି । ପୁରୀରେ ଏହା କୁଟୀର ଶିଳ୍ପ ଖଜା ତିଆରି ପ୍ରତିଷ୍ଠା ଲାଭ କରିଛି । ତେବେ ଏହା ଖଜା ପ୍ରସ୍ତୁତି ପ୍ରକ୍ରିୟାକୁ ଶିଳ୍ପର ମାନ୍ୟତା ମିଳିନଥିଲା । ପୁରୀ ଖଜାର ବ୍ୟବସାୟ ବୃଦ୍ଧି ଏବଂ ଆତ୍ମନିଯୁକ୍ତି ପ୍ରକ୍ରିୟା ସୁଂଯୋଜିତ କରିବାକୁ ପୁରୀରେ ଏକ ଖଜା କ୍ଲଷ୍ଟର ପ୍ରତିଷ୍ଠା ହେବ ।