ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ବନ୍ଦୀ କାକଟପୁରର ଭିକୁ : ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବାପା ମା

50

କନକ ବ୍ୟୁରୋ : ପୁରୀ କାକଟପୁର ବ୍ଲକ ନାସିକେଶ୍ୱର ଗାଁର କ୍ଷେତ୍ରବାସୀଙ୍କ ପରିବାରରେ ଏବେ କାନ୍ଦ ବୋବାଳି । ପୁଅର ଫଟୋକୁ ଧରି ତାର ଫେରିବା ବାଟକୁ ଅନାଇ ଆଖିରୁ ଲୁହ ଗଡାଉଛନ୍ତି ବାପା, ମା । ଦାଦନ ଖଟିବାକୁ ଯାଇ କ୍ଷେତ୍ରବାସୀଙ୍କ ୧୫ର ପୁଅ ଭିକୁ ଏବେ ଠିକାଦାର ଦ୍ୱାରା ନିର୍ଯାତନାର ଶିକାର ହୋଇ ବେଙ୍ଗାଲୁରୁରେ ବନ୍ଦୀଜୀବନ କାଟୁଛି । ପରିବାର ଲୋକଙ୍କୁ ଏନେଇ ଭିକୁ ଫୋନ କରି ଜଣାଇବା ପରେ ଘରେ ଆଉ ଚୁଲି ଜଳୁନି ।
ଭିକୁ ମାଟ୍ରିକ ପରୀକ୍ଷାରେ ପାସ କରିବା ପରେ ରୋଜଗାର ଆଶାରେ ଘରେ ନଜଣାଇ ହଠାତ ବେଙ୍ଗାଲୁରୁ ପଳାଇଲା । କିନ୍ତୁ ସେଠାରେ ଭଲ କାମ ନମିଳିବାରୁ ସେ ଘରକୁ ଫେରିଆସିବାକୁ ଚାହୁଁଛି । ହେଲେ ଠିକାଦାର ଭିକୁକୁ ଅଟକ ରଖିଛି । କାକଟପୁର ଥାନାରେ ଏନେଇ ଅଭିଯୋଗ ପରେ ଭିକୁକୁ ଉଦ୍ଧାର ପାଇଁ ଅଂଟା ଭିଡିଛନ୍ତି ସ୍ଥାନୀୟ ସରପଂଚ ।

ପୁଅ କେଉଁଠି ଅଛି, କେମିତି ଅଛି ସେ ଚିନ୍ତାରେ ଏବେ ବାପା, ମା ଦିନ କାଟୁଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି ।