କର୍ଣ୍ଣଙ୍କ କୁବେର କାହାଣୀ ! ଖୋଲିଲା ପୁରୀ କୋଟିପତି ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ରହସ୍ୟ

47

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : କୋଟିପତି କର୍ଣ୍ଣ । ଏ ମହାଭାରତର କର୍ଣ୍ଣ ନୁହଁନ୍ତି କଳିଯୁଗର କୁବେର । ବୃତ୍ତି କାରାଗାରର ମୁଖ୍ୟ ଜଗୁଆଳି । ହେଲେ ଧନ୍ଦା ଅପରାଧୀଙ୍କ ଠାରୁ ବଟି ଆଦାୟ । ପୁରୀର ଜେଲ୍ ସୁପରିଟେଣ୍ଡେଣ୍ଟ୍ କର୍ଣ୍ଣ ପ୍ରଧାନ । ଭିଜିଲାନ୍ସର ଛଂଚାଣ ଆଖି ବି ତାଜୁବ୍ ହୋଇଯାଇଛି ଏହି ଖାକିବାବୁଙ୍କ ସଂପତିର ଥାକ ଦେଖି । ୩୫ ଲକ୍ଷ ଟଙ୍କା ବ୍ୟାଙ୍କ୍ ଡିପୋଜିଟ୍ । ନଗଦ ମିଳିଛି ଲକ୍ଷାଧିକ ଟଙ୍କା । ସୁନାରୂପା ଅଳଙ୍କାର ସାଙ୍ଗକୁ ରାଜଧାନୀ ଓ ପୁରୀର ଦାମୀ କୋଠା । ତେବେ କେମିତି କର୍ଣ୍ଣ ବନିଲେ କୁବେର । କେମିତି ଠୁଳ କଲେ କୋଟି କୋଟିର ସଂପତି । କନକ ନ୍ୟୁଜ୍ ହାତରେ ଲାଗିଛି କୁବେର ଜେଲର କର୍ଣ୍ଣ ପ୍ରଧାନଙ୍କ ରାଜ୍ ।

vlcsnap-2016-09-24-18h57m02s944ହାର୍ଡକୋର୍ କ୍ରିମିନାଲ୍ ଗଙ୍ଗା, ପୁରୀ ମେଡିକାଲର ଏସି କ୍ୟାବିନରେ ଚିକିତ୍ସିତ ହେଉଛନ୍ତି । ମଣିଷକୁ ମାରି ଦେବାର ଅଭିଯୋଗ ଲାଗିଛି ଗଙ୍ଗା ବିରୋଧରେ । ଟେଣ୍ଡର୍ ଫିକ୍ସିଂ କରି ସେ କୋଟି କୋଟି ଟଙ୍କା କମାଏ । ଗିରଫ ହେବା ପରେ ଗଙ୍ଗାର ଠିକଣା ପୁରୀ ଜେଲ୍ । ଯେଉଁ ଜେଲର ସୁପରିଟେଣ୍ଡେଣ୍ଟ୍ କର୍ଣ୍ଣ ପ୍ରଧାନ । ମଝିରେ ମଝିରେ ସ୍ୱାସ୍ଥ୍ୟର ବାହାନା କରି ଗଙ୍ଗା ଆସେ ବାହାରକୁ । ଆଉ ଏଠି କରେ ଟେଣ୍ଡର୍ ଫିକ୍ସିଂ । ହେଲେ ଯାହାର ସିଂହ ଭାଗ କଳାଟଙ୍କା ଯାଏ ଜେଲ୍ ସୁପରିଟେଣ୍ଡେଣ୍ଟ୍ କର୍ଣ୍ଣ ପ୍ରଧାନଙ୍କ ପାଖକୁ ।

vlcsnap-2016-09-24-18h58m22s412ଏ ଚିତ୍ର ଆପଣଙ୍କ ମନେଥିବ । ପୁରୀ ଜେଲ୍ ପାଲଟିଥିଲା ତି୍ରନାଥ ମନ୍ଦିର । ଗଜେଂଇ ଚିଲମରୁ ବାହାରୁଥିବା ଏ ଧୂଆଁ ହିଁ ବୟାନ୍ କରିଥିଲା କର୍ଣ୍ଣଙ୍କ କଂଟ୍ରୋଲରେ କେମିତି ମଉଜ୍ କରୁଛନ୍ତି ଅପରାଧୀ । ଧନୀ ଅପରାଧୀଙ୍କ ସଉକ୍ ପୂରଣ କରି ଖୁବ୍ କମାଇଛନ୍ତି କର୍ଣ୍ଣ ।