ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରବେଶ ନେଇ ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ! ପ୍ରଶ୍ନ ଉଠାଇଲେ ସେବାୟତ, ସିଂହଦ୍ୱାର ଥାନାରେ ଜଗନ୍ନାଥ ସେନାର ଏତଲା

29

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ରାଜେଶ ବର୍ମାଙ୍କ ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ଦେଖାଦେଇଛି । ବୁଧବାର ଦିନ ସେ ନିଜ ପତ୍ନୀଙ୍କ ସହ ଏହି ଦର୍ଶନ କରିଥିଲେ । ଏ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ବାରଣ ସତ୍ୱେ ରାଜେଶ ବର୍ମା ନିଜ ପତ୍ନୀଙ୍କ ସହ ଗର୍ଭଗୃହରେ ପ୍ରବେଶ କରିଥିବାରୁ ସେବାୟତମାନେ ଶ୍ରୀମନ୍ଦିର ଗାରଦକୁ ଜଣାଇଛନ୍ତି ।

ସେବାୟତଙ୍କ ଅଭିଯୋଗ ହେଲା, ଜଗମୋହନ ମରାମତି ଚାଲିଥିବାରୁ ଗର୍ଭଗୃହକୁ ସେବାୟତଙ୍କ ଛଡା କାହାକୁ ଛଡାଯାଉନାହିଁ । ଏଭଳି ପରିସ୍ଥିତିରେ ସେ କିଭଳି ଗର୍ଭଗୃହରେ ପ୍ରବେଶ କଲେ ସେ ନେଇ ସେବାୟତ ପ୍ରଶ୍ନ ଉଠାଇଛନ୍ତି । ରାଜେଶ ବର୍ମାଙ୍କୁ ଖୁସି କରିବାକୁ ଜିଲ୍ଲାପାଳ ଏଭଳି କରିଛନ୍ତି ବୋଲି ସେବାୟତ ଅଭିଯୋଗ ଆଣିଛନ୍ତି । ଅଭିଯୋଗର ନକଲ ଶ୍ରୀମନ୍ଦିର କାନ୍ଥରେ ଲଗାଯାଇଛି । ତେବେ ଜିଲ୍ଲାପାଳ କହିଛନ୍ତି,ଜାଣିନପାରି ଏଭଳି ହୋଇଥିବାକୁ ଜିଲ୍ଲାପାଳ କ୍ଷମାପ୍ରାର୍ଥନା କରିସାରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –