କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଂଚ ପାଇଁ ଜଗନ୍ନାଥ ସେବାୟତ ସମ୍ମିଳନୀର ଦାବି । କହିଲେ, ପ୍ରତିନିଧି ବଦଳରେ ଉପସ୍ଥିତ ରୁହନ୍ତୁ ରାଜା

28

କନକ ବ୍ୟୁରୋ: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ତେବେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ପୁଣି ଉଠଛି ନୂଆ ଦାବି । ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମୀଳନି । ଗଜପତିଙ୍କ ପ୍ରତିନିଧି ବଦଳରେ ନିଜେ ଗଜପତି ଉପସ୍ଥିତ ରହି ରତ୍ନଭଣ୍ଡାରର ଯାଂଚ କରିବାକୁ ଦାବି କରିଛନ୍ତି ସମ୍ମିଳନୀର ସମ୍ପାଦକ କାଶିନାଥ ଖୁଂଟିଆ ।

ରତ୍ନଭଣ୍ଡାରର ସ୍ଥିତି ପରଖିବାକୁ ୧୦ ଜଣିଆ ସ୍ୱତନ୍ତ୍ର ଦଳ ଯିବେ ବୋଲି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଥିଲେ ଭିତରକୁ ଯାଉଥିବା ବ୍ୟକ୍ତି ସ୍ୱତ୍ୱଲିପିର ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟ କରିବେ । ଏହାପରେ ସେମାନେ ରିପୋର୍ଟ ଜରିଆରେ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିବେ । ତଦାରଖ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ ।