ଫେସବୁକରେ ବୁଲୁଛି ଗର୍ଭଗୃହର ଫଟୋ । ରଥଯାତ୍ରା ସମୟରେ ନିଆଯାଇ କରାଯାଇଛି ଭାଇରାଲ ।

55

କନକ ବ୍ୟୁରୋ : ଫେସବୁକରେ ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ । ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ବେଳେ ଏଏସଆଇର ଗର୍ଭଗୃହ ଅନୁଧ୍ୟାନ ସମୟର ଫଟୋ ବୋଲି ଅନୁମାନ କରାଯାଉଛି । ପ୍ରତିବର୍ଷ ରଥଯାତ୍ରା ବେଳେ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହୋଇଥାଏ । ଏଏସଆଇ ଓ ଅନ୍ୟ ସଂସ୍ଥା ରଥଯାତ୍ରା ସମୟରେ ଗର୍ଭଗୃହର ଅନୁଧ୍ୟାନ କରିଥାନ୍ତି । ତେବେ କିଏ ଓ କେମିତି ଫଟୋ ଭାଇରାଲ କଲା ତାହା ଏଯାଏଁ ଜଣାପଡିନାହିଁ । କିନ୍ତୁ ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଖପ୍ପା ହୋଇଛନ୍ତି ସେବାୟତ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ମାନେ ଦାବି କରିଛନ୍ତି ।

mandir 4ପୂର୍ବରୁ ମଧ୍ୟ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । । ଏମିତି କି ଗୁଣ୍ଡିଚା ମନ୍ଦିରର ରତ୍ନସିଂହାସନରେ ବିଜେ ମହାବାହୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ତେବେ ଏହି ଘଟଣା ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ ହେବା ଘଟଣା ଏଯାଏଁ ନଜରକୁ ଆସିନି । କିନ୍ତୁ ଯଦି ଏହା ସତ ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।