ପୁରୀ: ସ୍ନାନ ବେଦିରେ ମହାପ୍ରଭୁଙ୍କୁ ଛୁଇଁବା ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସେବାୟତଙ୍କ ଚ୍ୟାଲେଂଜ

29

କନକ ବ୍ୟୁରୋ: ସ୍ନାନ ବେଦିରେ ମହାପ୍ରଭୁଙ୍କୁ ଛୁଇଁବା ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସେବାୟତଙ୍କ ଚ୍ୟାଲେଂଜ । ଶ୍ରୀଜିଉଙ୍କୁ ଛୁଇଁବାକୁ ସବୁ ସେବାୟତଙ୍କ ଅଧିକାର ଅଛି ଓ କେହି ମନା କରିପାରିବେ ନାହିଁ କି ରୋକି ପାରିବେ ନାହିଁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି ।

ଯଦି ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲା ପ୍ରଶାସନ ନୀତି ଶୃଙ୍ଖଳିତ ଭାବେ ସମ୍ପାଦନା କରିବା ପାଇଁ ଚାହୁଁନଥିବେ ତେବେ ମହାପ୍ରଭୁଙ୍କୁ ଛୁଇଁବାରେ ରୋକ ଲଗାଇବେ । ଏବଂ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏପରି କାର୍ଯ୍ୟ କରାଯିବ ବୋଲି ବିନାୟକ ଦାସ ମହାପାତ୍ର କହିଛନ୍ତି ।