ଏୟାର ଇଣ୍ଡିଆ “ଶୁଭଯାତ୍ରା’ ପତ୍ରିକାରେ ବିକୃତ ତଥ୍ୟ : ପୁରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ

36

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆମିଷ ଭୋଜନ ପ୍ରସ୍ତୁତି ନେଇ ଏୟାର ଇଣ୍ଡିଆ “ଶୁଭଯାତ୍ରା’ ପତ୍ରିକାରେ ପ୍ରକାଶ ପାଇଥିବା ବିକୃତ ତଥ୍ୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି । ଜଗନ୍ନାଥ ସେନା ପକ୍ଷରୁ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେବା ସହ ତାଙ୍କ ବହିଷ୍କାର ଦାବି କରିଛନ୍ତି ଜଗନ୍ନାଥ ସେନା ।