ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତିର ପକେଟ୍ ଫ୍ରେମିଂ : ବାହାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

17

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଆଜିଠାରୁ ଶ୍ରୀମନ୍ଦିର ଜଗମୋହନର ପକେଟ୍ ଫେମିଂ କାର୍ଯ୍ୟ ଆରମ୍ବ ହେବ । ଭିତରରେ ଥିବା ୬ଟି ବିମର କାର୍ଯ୍ୟ ହେବ । ଦିନକୁ ପ୍ରାୟ ୬ ଘଂଟା କାମ ହେବ । କାର୍ଯ୍ୟ ସମୟରେ ଭକ୍ତମାନେ ବାହରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ପୂର୍ବରୁ ହୋଇଥିବା ଜଗମୋହନ ବୈଠକରେ ସୂଚନା ଦେଇଥିଲେ ବୈଷୟିକ କୋର କମିଟି ଅଧ୍ୟକ୍ଷ ଜି.ସି. ମିତ୍ର । ଏଏସଆଇର ଯୁଗ୍ମ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଜଗମୋହନ ମରାମତିକୁ ନେଇ ଏଏସଆଇକୁ ତାଗିଦ କରିଥିଲେ ହାଇକୋର୍ଟ । ଜଗମୋହନ ମରାମତି କରିବାରେ ଆଇଏସଆଇ ବିଳମ୍ବ କରୁଥିବାର ଅଭିଯୋଗ ହୋଇଥିଲା।