ଶ୍ରୀମନ୍ଦିରକୁ ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୋଲିସ ଅଧିକାରୀ କରିପାରିବେ ନାହିଁ ପ୍ରବେଶ : ସୁପ୍ରିମକୋର୍ଟ

48

କନକ ବ୍ୟୁରୋ : ନିକଟରେ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଯାଇଥିବା ହିଂସାକାଣ୍ଡ ପ୍ରତି ଧ୍ୟାନ ଦେଇ ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୁଲିସବାଲା ମନ୍ଦିର ପରିଧି ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ। ଅକ୍ଟୋବର ୩ ତାରିଖ ଦିନ ଧାଡ଼ି ଦର୍ଶନ ବିରୋଧରେ ଜଗନ୍ନାଥ ମନ୍ଦିରେ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା। ଏଥିରେ ୯ ଜଣ ପୁଲିସ ଆହତ ହୋଇଥିଲେ। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି, ଏହି ହିଂସାକାଣ୍ଡରେ ଅନ୍ୟୂନ ୪୭ ଜଣ ଲୋକଙ୍କୁ ଗିରଫ କରାଯାଇଛି। ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଣାଧୀନ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ଜଗନ୍ନାଥ ମନ୍ଦିର ମଧ୍ୟରେ କୌଣସି ହିଂସାକାଣ୍ଡ ଘଟିନାହିଁ।

 

Source:Scroll.in

ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରେ ଆକ୍ରମଣ ହେବା ସହ ଅନେକ ସରକାରୀ ସାମଗ୍ରୀ ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଥିଲେ ବୋଲି ସରକାର କହିଛନ୍ତି । ପୁରୀରେ ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ବନ୍ଦ ଡାକରା ଦେଇଥିଲା । ତେବେ ବନ୍ଦ ସମୟରେ ଅନେକ ହିଂସା ଦେଖାଯାଇଥିଲା । କେବଳ ଏତିକିରେ ସମାପ୍ତ ହୋଇ ନଥିଲା ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ । ଟ୍ରାଫିକ ପୋଷ୍ଟଠାରୁ ଆରମ୍ଭ କରି ରାଜସ୍ୱମନ୍ତ୍ରୀଙ୍କ ଘରର ଜିନିଷ ଭଙ୍ଗାରୁଜା ମଧ୍ୟ କରିଥିଲେ । ତେବେ ପରେ ପୋଲିସ ଲାଠିଚାଳନା କରିବା ସହ ଟିୟର ଗ୍ୟାସ ମାଡ କରିଥିଲା । ପରେ କେନ୍ଦ୍ରାଚଂଳ ଆଇଜି ଓ ପୋଲିସ ମହାନିର୍ଦ୍ଦେଶକ ପହଚିଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ । ପୁରୀ ଘଟଣାରେ ଆମିକସ କ୍ୟୁରୀଙ୍କୁ ମଧ୍ୟ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ମନ୍ଦିରକୁ ନେଇ କୋର୍ଟ ଦେଇଥିବା ରାୟକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି ।