ପୁରୀରେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ : ପକ୍ଷ ରଖିବାକୁ ସମୟ ମାଗିଲେ ଇସ୍କନ କତୃପକ୍ଷ

38

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ ମାମଲାରେ ଜିଲ୍ଳାପାଳଙ୍କ କୋର୍ଟରେ ଶୁଣାଣି ହୋଇଛି । ଇସ୍କନ କତୃପକ୍ଷ ପକ୍ଷ ରଖିବାକୁ ଆଉ ସମୟ ମାଗିଛନ୍ତି । ମେ ୧୮ରେ ମାମଲାର ପରବର୍ତୀ ଶୁଣାଣି । ଇସ୍କନ କତୃପକ୍ଷଙ୍କୁ ଗତ ୧୮ରେ ପିକେଡିଏ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଇସ୍କନ ପକ୍ଷରୁ ବ୍ରହ୍ମଗିରି ସିପସରୁବାଲି ମୌଜାରେ ବିକଳ୍ପ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଥିବା ଜାନୁଆରୀ ୧୭ରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଇସ୍କନ କତୃପକ୍ଷଙ୍କୁ କାମ ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ ।