ଆଜି ହେରା ପଞ୍ଚମୀ ! ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ

120

କନକ ବ୍ୟୁରୋ : ଆଜି ହେରା ପଞ୍ଚମୀ । ୫ ଦିନ ହେଲା ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଛାଡ଼ି ଆସିଛନ୍ତି କାଳିଆ ଠାକୁର । ଆଜି ଅଭିମାନରେ ଲକ୍ଷ୍ମୀ ଠାକୁରାଣୀ, ଶ୍ରୀଜଗନ୍ନାଥଙ୍କ ରଥ ଭାଙ୍ଗିବେ । ୫ ଦିନ ଧରି ବିରହ ବେଦନାରେ ଅସହ୍ୟ ମାଆ ଲକ୍ଷ୍ମୀ ଠାକୁରାଣୀ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚାବାଡିକୁ ଗୋପନା ଯାତ୍ରା କରିବେ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି ।

ଏହି ଖବର ପାଇବା ପରେ ମହାପ୍ରଭୁ ନିଜକୁ ସଜାଉଛନ୍ତି । ଗତକାଲି ରାତିରେ ୪ ଘଂଟା କାଳ ଶ୍ରୀମୁଖ ଶୃଙ୍ଗାର ହୋଇଛି । ରାତି ୯ଟାରେ ଦତମହାପାତ୍ର ସେବକ ମାନେ ଗୁଣ୍ଡିଚାମନ୍ଦିର ପ୍ରବେଶ କରିଥିଲେ । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକ ଲାଗି କରାଯାଇଛି । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିଛି ଆଡପ ଅବଢା । ଶ୍ରୀଜିଉଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ସହ ଅଭଡା ପାଉଛନ୍ତି ଶ୍ରଦ୍ଧାଳୁ ।