ସ୍ନାନବେଦୀରେ ମହାପ୍ରଭୁଙ୍କୁ ଅପମାନ ଘଟଣା ! ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ଦିର ପ୍ରଶାସନ

32

କନକ ବ୍ୟୁରୋ : ସ୍ନାନବେଦୀରେ ମହାପ୍ରଭୁଙ୍କୁ ଅପମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମହାପ୍ରଭୁଙ୍କ ହାତୀବେଶକୁ ଝାଂମି ନେବା ଘଟଣାରେ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ମନ୍ଦିର ପ୍ରଶାସନ । ଏହି ଅଶୋଭନୀୟ ଘଟଣା ପାଇଁ ଦଇତାପତିଙ୍କୁ ଦିଆଯାଉଥିବା ଟଙ୍କାରୁ ୨୫ ହଜାର ଟଙ୍କା କଟାଯାଇଛି । ଗତକାଲି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଦୀର୍ଘ ସମୟର ତର୍କ ବିତର୍କ ପରେ ଏହି ନିଷ୍ପତି ନିଆଯାଇଛି । ସିଟିସିଟିଭି ଯାଂଚ ପରେ ଯେଉଁ ରୂପରେ ଓଲାଗି କରାଗଲା, ଏହା ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ଆଗକୁ ରଥଯାତ୍ରା ଥିବା ବେଳେ କାର୍ଯ୍ୟାନୁଷ୍ଠାନ ନନେଲେ ଅଧିକ ବିଶୃଙ୍ଖଳା ହେବା ଆଶଙ୍କା ପ୍ରକାଶ ପାଇଥିଲା ।