ପୂଣ୍ୟମାସରେ ସରକାରଙ୍କ ପଂଚାୟତ ପ୍ଲାନକୁ ପ୍ରଥମରୁ ଧକ୍କା : ପୁରୀରେ ରହଣୀସ୍ଥଳ ଛାଡୁଛନ୍ତି ହବିଷ୍ୟାଳି

30

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୂଣ୍ୟ ମାସରେ ସରକାରଙ୍କ ପଂଚାୟତ ପ୍ଲାନକୁ ପ୍ରଥମରୁ ଧକ୍କା । ପୁରୀରେ ହବିଷ୍ୟାଳି ରହଣୀସ୍ଥଳ ଛାଡିବାକୁ ବାହାରିଛନ୍ତି ଦୂର ଦୂରାନ୍ତରୁ ଆସିଥିବା ବୃଦ୍ଧା । ବିଭିନ୍ନ ଅବ୍ୟବସ୍ଥା ଭିତରେ ରହିବା ମୁସ୍କିଲ ହୋଇଯାଉଥିବା ଅଭିଯୋଗ କରିଛନ୍ତି ସରକାରୀ ରହଣୀସ୍ଥଳରେ ଥିବା ହବିଷ୍ୟାଳି ।

ସବୁପ୍ରକାର ସୁବିଧା ଯୋଗାଇ ଦେବାକୁ ଦିଆଯାଇଥିଲା ପ୍ରତିଶ୍ରୁତି । ଏପରିକି ଗରମ ପାଣି ଓ ଥଣ୍ଡା ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଥିବାବେଳେ, ସମସ୍ତଙ୍କ ସ୍ନାନ, ସୌଚ ପାଇଁ ଆବଶ୍ୟକ ପାଣି ନଥିବା ଅଭିଯୋଗ ହୋଇଛି । ସେପଟେ ଗତକାଲି ବଗଲା ଧର୍ମଶାଳା ଆଶ୍ରୟ କେନ୍ଦ୍ରର ମୁଖ୍ୟ ପ୍ରବେଶ ଦ୍ୱାରରେ ସଟ ସର୍କିଟ ଯୋଗୁଁ ଭୟଭିତ ହୋଇପଡିଛନ୍ତି ବ୍ରତଧାରୀ ।

ଆଶ୍ରୟ କେନ୍ଦ୍ରରେ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିଥିଲେ ମଧ୍ୟ ଅନ୍ତେବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଗୋଟିଏ ଗୋଟିଏ ଆଶ୍ରୟ କେନ୍ଦ୍ରରେ ସଂଖ୍ୟାଧିକ ଲୋକଙ୍କ ରହଣୀ ମଧ୍ୟ ବଡ ସମସ୍ୟା ହୋଇଛି । ଅନେକ ସମୟରେ ବିଦ୍ୟୁତ ରହୁନଥିବାରୁ ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳି । ତେଣୁ କାର୍ତିକ ମାସରେ ପୁଣ୍ୟ କରିବାକୁ ଆସିଥିବା କିଛି ବ୍ରତଧାରୀ ଏବେ ସରକାରୀ ରହଣୀସ୍ଥଳ ଛାଡି ଅନ୍ୟତ୍ର ରହିବାକୁ ନିଷ୍ପତି ନେଇଛନ୍ତି ।