ଶ୍ରୀମନ୍ଦିରରେ କାହିଁକି ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ? ମୁହଁ ଖୋଲିଲେ ଗଜପତି, ପ୍ରଶ୍ନ କଲେ ଶ୍ରୀମନ୍ଦିରକୁ ସମସ୍ତଙ୍କୁ ଛାଡିବା ସମ୍ଭବ କି?

64

କନକ ବ୍ୟୁରୋ : ସେବାୟତଙ୍କ ଦାନ ଓ ଦକ୍ଷିଣା ପ୍ରସଙ୍ଗ, ବଂଶାନୁକ୍ରମିକ ସେବା ଉଚ୍ଛେଦ, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ପ୍ରସ୍ତାବ ଓ ସେବାୟତଙ୍କ ବିଶୃଙ୍ଖଳାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ସେବାୟତ ମାନେ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବେ ବୋଲି ରୋକଠୋକ ଶୁଣାଇଛନ୍ତି । ତେବେ ଏସବୁ ଭିତରେ ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ଏହା ଉପରେ ଯୁକ୍ତି ରଖିଛନ୍ତି । ନଜର ପକାନ୍ତୁ କଣ କହିଛନ୍ତି ଗଜପତି ମହାରାଜା ।

jagannath 3ଶ୍ରୀମନ୍ଦିରରେ କାହିଁକି ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ? କଣ କହୁଛନ୍ତି ଗଜପତି :

‘ବିନା ଭେଦଭାବରେ ଦର୍ଶନ ପାଇଁ ଠାକୁର ବଡ଼ଦାଣ୍ଡକୁ ଆସନ୍ତି’
‘ଏହି ପରମ୍ପରା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନି’
‘ରଥଯାତ୍ରାରେ ଠାକୁର ନିଜେ ବଡ଼ଦାଣ୍ଡରେ ବିଜେ କରନ୍ତି’
ତାତ୍ତ୍ୱିକ ଓ ଦାର୍ଶନିକ ଦୃଷ୍ଟିରୁ ଜଗନ୍ନାଥ ସବୁ ଧର୍ମର: ଗଜପତି
ଶ୍ରୀଜଗନ୍ନାଥ କେବଳ ଅବତାର ନୁହନ୍ତି, ଅବତାରୀ: ଗଜପତି
ଠାକୁର କେବଳ ମଣିଷଙ୍କର କାହିଁକି, ସମସ୍ତଙ୍କର: ଗଜପତି
‘ଶ୍ରୀଜଗନ୍ନାଥଙ୍କ ଉପରେ ସମସ୍ତ ପଶୁ, ପକ୍ଷୀଙ୍କ ଅଧିକାର ରହିଛି’
‘ମଣିଷ ଭଳି କୁକୁର, ଗାଈ, ପକ୍ଷୀଙ୍କର ବି ଅଧିକାର ଅଛି’
ସମସ୍ତଙ୍କୁ କ’ଣ ମନ୍ଦିର ଭିତରକୁ ଛାଡିବା ସମ୍ଭବ: ଗଜପତି
ଶାସ୍ତ୍ରବାକ୍ୟରେ ଆମେ ସମସ୍ତେ ବନ୍ଧା: ଗଜପତି
ସବୁ ଧର୍ମର ସ୍ୱତନ୍ତ୍ର ପରମ୍ପରା ଓ ବିଶେଷତ୍ତ୍ୱ ରହିଛି: ଗଜପତି
ଏହି ପରମ୍ପରାକୁ ଆମେ ସମ୍ମାନ ଦେବା ଉଚିତ: ଗଜପତି

ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ନେଇ ଗଜପତିଙ୍କ ମତ :
‘ବଂଶାନୁକ୍ରମିକ ପ୍ରଥା ଉପରେ ଆଜି ଯାଏଁ ପୂଜା ବିଧି ଚାଲିଛି’
‘ଗଜପତି ଖୋଦ ବଂଶାନୁକ୍ରମିକ ସେବାରେ ଅଛନ୍ତି’
‘ବଂଶାନୁକ୍ରମିକ ସେବା ମାନେ ଯାହା ଚାହିଁବେ ତାହା କରିପାରିବେ’
‘ବଂଶାନୁକ୍ରମିକ ସେବକଙ୍କୁ କାହିଁକି ଉତ୍ତମ ସେବକ କରିପାରିବାନି’
‘ପରମ୍ପରା ଅନୁସାରେ ବର୍ଷ ବର୍ଷ ଧରି ବଂଶାନୁକ୍ରମିକ ସେବା ଚାଲିଛି’
ଭକ୍ତ-ଭଗବାନ ଓ ଶାସ୍ତ୍ରକୁ ନେଇ ପରମ୍ପରା: ଗଜପତି
‘ଭକ୍ତଙ୍କୁ ଭଗବାନଙ୍କ ନିକଟରେ ପହଞ୍ଚିବା ପାଇଁ ପରମ୍ପରା’
‘ପ୍ରଶାସନିକ କ୍ଷେତ୍ରରେ ସରକାରଙ୍କ ଅଧିକାର ଅଛି’
ଧାର୍ମିକ ପରମ୍ପରା ଧର୍ମଗୁରୁଙ୍କ ଦ୍ୱାରା ପରିଚାଳିତ: ଗଜପତି

ଦାନ ଓ ଦକ୍ଷିଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଗଜପତି :
‘ଭକ୍ତମାନେ ଶୋଷଣ ନହେବା ସୁପ୍ରିମକୋର୍ଟଙ୍କ ଉଦ୍ଦେଶ୍ୟ’
‘ସୁପ୍ରିମକୋର୍ଟ ସେବକଙ୍କ ପକ୍ଷ ବି ଶୁଣିବା ଆବଶ୍ୟକ’
ପରମ୍ପରା ଓ ପୂଜାବିଧିର ଅନୁଧ୍ୟାନ ହେବା ଆବଶ୍ୟକ: ଗଜପତି
‘ସେବକଙ୍କୁ ଶୁଣିଲା ପରେ କୋର୍ଟ ନିଷ୍ପତ୍ତିରେ ବଦଳାଇପାରନ୍ତି’
‘ପ୍ରଶାସନ ମାଧ୍ୟମରେ ଭକ୍ତମାନେ ଦାନ ଦକ୍ଷିଣା ଦେଇପାରିବେ’

puriସେବକଙ୍କ ବିଶୃଂଖଳା ନେଇ ମତ ରଖିଲେ ଗଜପତି :
ଯିଏ ଦୋଷ କରୁଛି ସିଏ ଦଣ୍ଡିତ ହେବା କଥା: ଗଜପତି
‘ସବୁ ସେବକଙ୍କୁ ଗୋଟିଏ ଢାଞ୍ଚାରେ ପକାଯାଇପାରିବ ନାହିଁ’
ପ୍ରଶାସନ କାହିଁକି ଶାସନ କରିପାରୁନି: ଗଜପତି
‘ଉଭୟ ସେବକ ଓ ପ୍ରଶାସନ କ୍ଷେତ୍ରରେ ତ୍ରୁଟି ଥାଇପାରେ’