ଗଜପତି ମହରାଜାଙ୍କ କ୍ଷୋଭ : ଜଗନ୍ନାଥଙ୍କୁ ଅବହେଳା କରୁଛନ୍ତି ସରକାର

52

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ନେଇ ସରକାରଙ୍କ ଭୂମିକା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପାଇଁ ସରକାର ଅନେକ ଯୋଜନା କରୁଛନ୍ତି, କିନ୍ତୁ ତାହା ବାସ୍ତବରେ ପରିଣତ ହୋଇନାହିଁ ।

ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେଲା ପରଠୁ ୧୯୬୦ ପରଠୁ ଶ୍ରୀମନ୍ଦିର ଉନ୍ନତି ପାଇଁ ଯାହା ହୋଇଛି ତାହା ଯଥେଷ୍ଟ ନୁହେଁ । ଜଷ୍ଟିସ ଦାସ କମିଶନକୁ ଆମେ ସ୍ୱାଗତ ଜଣାଉଛୁ, ଶ୍ରୀମନ୍ଦିର ସଂସ୍କାର ପାଇଁ କମିଶନ ଉତମ ପ୍ରସ୍ତାବ ଦେବେ । ତାକୁ ଯଥା ଶୀଘ୍ର ରାଜ୍ୟ ସରକାର ତ୍ୱରାନିତ କରିବା ନେଇ ଆମେ ଆଶା ରଖୁଛୁ ବୋଲି କହିଛନ୍ତି ଗଜପତି । ଏ ସଂପର୍କରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :