ପୁରୀ ମଙ୍ଗଳା ମୁହାଣରେ ଭାସୁଛି ଲକ୍ଷ ଲକ୍ଷ ମଲା ମାଛ ! ବିଷାକ୍ତ ପାଣି ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ଓ ପରିବେଶବିତ୍

48

କନକ ବ୍ୟୁରୋ : ପୁରୀରେ ମାଛ ମାଡକ । ଆଜି ସକାଳୁ ସକାଳୁ ମଙ୍ଗଳା ମୁହାଣରେ ଏଭଳି ମାଛ ମଡକ ଦେଖାଦେଇଛି । ମୁହାଣରେ ଶହ ଶହ ମାଛ ମରି ଭାସୁଛନ୍ତି । ତେବେ ମାଛ ମଡକର ସ୍ପଷ୍ଟ କାରଣ ଜଣାପଡିନାହିଁ । ବିଷାକ୍ତ ପାଣି ନା ବିଷଜନିତ କ୍ରିୟା ଯୋଗୁଁ ଏଭଳି ଘଟିଛି ତାହା ଜଣାପଡିନାହିଁ । ଦୁଇବର୍ଷ ତଳେ ଏଠାରେ ଏଭଳି ମାଛ ମଡକ ଦେଖାଦେଇଥିଲା । ମାଛ ମଡକକୁ ନେଇ ସ୍ଥାନୀୟ ୩ଟି ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ପ୍ରଶାସନ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଳାଇବାକୁ ଗାଁ ଲୋକେ ଚେତାବନୀ ଦେଇଛନ୍ତି ।