ପୁରୀରେ ଟ୍ରେନରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟଣା ! ମିଳିତ ତଦନ୍ତ କରୁଛି ରେଳବାଇ ଓ ଓଡିଶା ପୁଲିସ

31

କନକ ବ୍ୟୁରୋ : ପୁରୀ ରେଳ ଷ୍ଟେସନରେ ନିଆଁ ଲାଗିବା ଘଟଣା । ଘଟଣାର ତଦନ୍ତ କରୁଛି ରେଳବାଇ ପୁଲିସ ଓ ଓଡିଶା ପୁଲିସର ମିଳିତ ଟିମ୍ । ଦୁଇ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଆର୍ମି ଟ୍ରେନରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରୁଛନ୍ତି ୫ ଜଣିଆ ଟିମ୍ । ରେଳବାଇ ଏସପି ବନବିହାରୀ ସାହୁଙ୍କ ନେତୃତ୍ୱରେ ତଦନ୍ତ ଚାଲିଥିବା ବେଳେ ଏଥିରେ ଫୋରେନସିକ୍ ଟିମ୍ ସହ ଡଗ୍ ସ୍ୱାଡ ମଧ୍ୟ ସାମିଲ ହୋଇଛି । ଗତକାଲିର ବିସ୍ଫାରଣ ଯୋଗୁଁ ଆର୍ମି ଟ୍ରେନର ଗୋଟିଏ ବଗି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଅନ୍ୟ ଟ୍ରାକରେ ଠିଆ ହୋଇଥିବା ପୁରୀ-ତିରୁପତି ଟ୍ରେନର ବଗି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବ ଥିବା ବେଳେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ ପୁରୀର ଦୁଇ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ଆର୍ମି ଟ୍ରେନରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ, ଯାହା ଫଳରେ ଏକ ବଡ ଦୁର୍ଘଟଣା ଟଳି ଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ପେଂଟ୍ରି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଥିଲା ।